ସାରଥି ବାବାଙ୍କୁ ବିଜେପି ବିଧାୟକ ଭାସ୍କର ମଢେଇଙ୍କ ପ୍ରଶଂସା

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥି । ତାଙ୍କ ସପକ୍ଷରେ ପୁଣି ଉଠିଛି ହାତ । ସାରଥି ବାବାଙ୍କୁ ବିଜେପି ବିଧାୟକଙ୍କ ପ୍ରଶଂସା କରିଛନ୍ତି । ମୟୂରଭଞ୍ଜ ଉଦଳା ସାରଥି ପରିବାର ପକ୍ଷରୁ ଚାଲିଥିବା ଏକ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଭାସ୍କର ମଢେଇ ଯୋଗଦେଇଥିଲେ ଏବଂ ଏହି ଅବସରରେ ଆତ୍ମଘୋଷିତ ସାରଥି ବାବାଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ ।

ସାରଥି ବାବାଙ୍କ ପ୍ରଶଂସା କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ କହିଛନ୍ତି, ଚନ୍ଦ୍ରମାରେ ବି କଳଙ୍କ ରହିଛି, ତାଙ୍କ କ୍ଷେତ୍ରରେ ବି ସେଇଆ ହୋଇଛି । ବଡ଼କଥା ହେଉଛି ବିଜେପି ବିଧାୟକ କହିଛନ୍ତି ଦସ୍ୟୁ ରତ୍ନାକର ବି ପାଲଟିଥିଲେ ବାଲ୍ମିକୀ । ଏପରିକି ସାମାଜିକ କାମରେ ସାରଥୀଙ୍କ ଅବଦାନ ରହିଛି । ତାଙ୍କର ହଜାର ହଜାର ଭକ୍ତ ରହିଛନ୍ତି, ତେଣୁ ସେମାନଙ୍କୁ ନିରାଶ ନକରି ତାଙ୍କ ଆଶ୍ରମ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି ।

Related Posts