ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ଆସନ ଛାଡିଲେ ବିଜେପି ବିଧାୟକ କୈଳାସ ଗେହତୋଡି

ନୂଆଦିଲ୍ଲୀ: ବୁଧବାର ଚମ୍ପାୱତ୍ ବିଧାନସଭା ଆସନରୁ ଇସ୍ତଫା ଦେଲେ ବିଜେପି ବିଧାୟକ କୈଳାସ ଗେହତୋଡି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ପାଇଁ ସେ ଆସନ ଛାଡିଛନ୍ତି । କୈଳାସଙ୍କ ଇସ୍ତଫା ପରେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ଧାନୀ ଉପ-ନିର୍ବାଚନ ଲଢିପାରନ୍ତି ।

ବିଜେପି ରାଜ୍ୟ ଅଧ୍ୟକ୍ଷ ମଦନ କୌସିକ କହିଛନ୍ତି, ବିଧାୟକ କୈଳାସ ଗେହତୋଡିଙ୍କ ଇସ୍ତଫା ଗ୍ରହଣ ହୋଇସାରିଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ଧାମୀ ନିର୍ବାଚନ ଲଢିବେ।

ଫେବ୍ରୁଆରୀରେ ଶେଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବିଜୟ ହାସଲ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ଧାମୀ ନିଜ ଆସନରୁ ପରାଜିତ ହୋଇଥିଲେ। ଖାଟିମା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୂବନ ଚନ୍ଦ୍ର କାପରୀ ୬,୫୭୯ ଭୋଟ ବ୍ୟବଧାନରେ ଧାମୀଙ୍କୁ ପରାସ୍ତ କରିଥିଲେ। ଏହା ସତ୍ତ୍ୱେ ବିଜେପିର ଦିଲ୍ଲୀ ନେତୃତ୍ୱ ଧାମୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା ।

ଏହାପରେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଧାମୀଙ୍କୁ ଛଅ ମାସ ଭିତରେ ନିର୍ବାଚିତ ହୋଇ ବିଧାନସଭା ଯିବାର ଅଛି । କୈଳାସଙ୍କ ଇସ୍ତଫା ପରେ ଚମ୍ପାୱତରେ ଉପ-ନିର୍ବାଚନ ହେବ।

Related Posts