ସରକାରୀ ଚାକିରି କରି ଘରେ ରୋଗୀ ଦେଖିବା ଡାକ୍ତର ଦମ୍ପତିଙ୍କୁ ପଡିଲା ମହଙ୍ଗା: ଡାକ୍ତର ଦମ୍ପତି ନିଲମ୍ବିତ

କାନପୁର: ନିଲମ୍ବିତ ହେଲେ ଡାକ୍ତର ଦମ୍ପତି । ସରକାରୀ ଚାକିରି କରି ଘରେ ରୋଗୀ ଦେଖିବା ଡାକ୍ତର ଦମ୍ପତିଙ୍କ ଉପରେ ଭାରି ପଡ଼ିଛି । ଫଳରେ ଡ଼ାକ୍ତର ଦମ୍ପତି ନିଲମ୍ବିତ ହୋଇଛନ୍ତି । ପ୍ରାଇଭେଟ୍‌ରେ ରୋଗୀ ଦେଖିବା ଅଭିଯୋଗରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି।

ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ. ସ୍ୱପ୍ନିନିଲ ଗୁପ୍ତା। ଆୟକର ବିଭାଗ ଚଢ଼ାଉ ପରେ ଉଭୟଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି।

ସେମାନଙ୍କୁ ବାନ୍ଦା ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି। ଡ. ଗୁପ୍ତା ନ୍ୟରୋ ସର୍ଜନ ହୋଇଥିବା ବେଳେ ତାଙ୍କ ପତ୍ନୀ ଜିଏସଭିଏମ ମେଡିକାଲ କଲେଜରେ ପାଥଲୋଜି ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି।

କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ସ୍ୱାମୀ-ସ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସରକାରୀ ଚାକିରି କରିଥିବା ଡ.ସ୍ୱପ୍ନିଲ ଗୁପ୍ତାଙ୍କର ଏକ ଘରୋଇ ପାଥଲୋଜି ରହିଛି। ଯାହାର ନାଁ ହେଉଛି ହଲେଟ୍‌ ହସପିଟାଲ।

ଆୟକର ବିଭାଗ ପକ୍ଷରୁ ରେଡ୍‌ ବେଳେ ୧.୩୦ କୋଟି ଟଙ୍କା ଜବତ ହୋଇଛି ।

Related Posts