
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ୟୁପି ରେ ଗୋଟିଏ ପଟେ ସି ଏମ୍ ଆଦିତ୍ୟ ନାଥ ଯୋଗୀ କରୋନା ସମ୍ପର୍କରେ ଯିଏ କହିବ ତାକୁ ନାଲି ଆଖି ଦେଖାଉଛନ୍ତି, ପୋଲିସ ରେ ମାମଲା ଲଗାଉଛନ୍ତି ସେପଟେ ରାଜ୍ୟରେ କୋଭିଡ ପରିଚାଳନା ଗମ୍ଭୀର ହେବାରେ ଲାଗିଛି। ଏବେ ନିଜ ଦଳର ଗୋଟିଏ ପରେ ଗୋଟିଏ ନେତା, ସାଂସଦ ଓ ବିଧାୟକ ମୁହଁ ଖୋଲିବା ଆରାମ୍ଭ କଲେଣି। କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଙ୍କ ପରେ ବିଜେପି ବିଧାୟକ ରାମଗୋପାଲ ଲୋଧି ମୁହଁ ଖୋଲିଛନ୍ତି। ବିଧାୟକ ରାମଗୋପାଳଙ୍କ ପଜିଟିଭ୍ ପତ୍ନୀଙ୍କ 3 ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ଆଡମିଶନ ମିଳିଲାନି। ଯାହାକୁ କହିଲେ କ ହିଁ ସୁଣିଲ ନି ବୋଲି ଗମ୍ଭୀର ଆରୋପ ଆଣିଛନ୍ତି ରାମଗୋପାଲ ଲୋଧୀ । ସେ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ କରୋନା ପଜିଟିଭ୍ ଆସିବା ପରେ ସେ ଆଗ୍ରାର ହସ୍ପିଟାଲକୁ ନେଇଥିଲେ କିନ୍ତୁ ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥିଲା । ଶେଷରେ କିଛି ଉପାୟ ନ ପାଇ ଫିରୋଜାବାଦର ଜସ୍ରାନା ବିଧାୟକ ରାମଗୋପାଲ ଲୋଧୀ ଏହି ପ୍ରସଙ୍ଗରେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫେସବୁକ୍ ରେ ଭିଡ଼ିଓ ବୁଲିବା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାରେ ଏକ ବେଡ ଦିଆଯାଇଥିଲା ବୋଲି ବିଧାୟକ କହିଛନ୍ତି । ତେବେ ଲୋଧୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଠିକ ସମୟରେ ଔଷଧ ଦିଆଯାଇନଥିଲା। ମେ 8 ରେ ତାଙ୍କ ପତ୍ନୀଙ୍କୁ ଆଗ୍ରାର ଏସଏନ ମେଡିକାଲ କଲେଜକୁ ରେଫର କରାଯିବା ପରେ ବିଧାୟକଙ୍କ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଲୋଧୀ ଭିଡିଓରେ କହିଛନ୍ତି ଯେ ଜଣେ ବିଧାୟକଙ୍କ ପତ୍ନୀଙ୍କୁ ଉପଯୁକ୍ତ ଯତ୍ନ ଦିଆଯାଇ ପାରୁନି , ଯେଉଁଠି ତାଙ୍କୁ ଚଟାଣରେ ଶୋଇବାକୁ ପଡିଥିଲା ଏବଂ ତିନି ଘଣ୍ଟାରୁ ଅଧିକ ସମୟ ଡାକ୍ତରଖାନାରେ ଚିକିତ୍ସା କରାଯାଇନଥିଲା। ତେବେ ସାଧାରଣ ଲୋକଙ୍କ ସହିତ କ’ଣ ହେବ ବୋଲି ସେ କହିଥିଲେ ।