ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ୱର,୨୬/୯(ସତ୍ୟପାଠ ବ୍ୟୁରୋ):  ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ବରରେ ପହଞ୍ଚିବା ପରେ ପାର୍ଟି କାର୍ଯ୍ୟାଳୟକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଦଳର ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଗୋଟାଏ ଯାଏଁ ରାଜ୍ୟ କାର୍ଯ୍ୟାଳୟରେ ରହିବେ।

ସୂଚନା ଅନୁସାରେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ବିଜେପିର ସଦସ୍ୟତା ଅଭିଯାନ ବୈଠକରେ ଯୋଗ ଦେବେ। ଏହା ସହ ରାଜ୍ୟ ପଦାଧିକାରୀଙ୍କ ସମେତ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ। ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ବସିବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Related Posts