ବେଙ୍ଗଲରେ ବିଜେପିକୁ ଜବରଦସ୍ତ ଝଟକା : ବିଜେପି ଛାଡି ପୁଣି ଟିଏମସିରେ ସାମିଲ୍ ହେଲେ ମୁକୁଲ ରୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିବା ଭାରତୀୟ ଜନତା ପାର୍ଟିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ୨୦୧୭ ମସିହାରେ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଥିବା ମୁକୁଲ ରୟ ପୁଣି ଥରେ ଘର ବାପସି କରିଛନ୍ତି। ମୁକୁଲ ଟିଏମସିରେ ସାମିଲ୍ ହେବା ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ସେ ଆଜି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ପାର୍ଟିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ମୁକୁଲ ରୟଙ୍କ ସହିତ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସିରେ ଯୋଗଦେଇଛନ୍ତି । ମୁକୁଲ ରୟ ଟିଏମସିରେ ଯୋଗଦେବା ପରେ ମମତା ବାନାର୍ଜୀ କହିଛନ୍ତି ଯେ, ” ମୁଁ ମୁକୁଲ ରୟଙ୍କୁ ପାର୍ଟିକୁ ଫେରିଥିବାରୁ ଅଭିନନ୍ଦନ ଜଣାଉଛି। ସେ ଆମ ନିଜର ଏବଂ ବର୍ତ୍ତମାନ ଆମ ପାର୍ଟିକୁ ଫେରି ଆସିଛନ୍ତି। ” ଅପରପକ୍ଷେ ମୁକୁଲ ରୟ କହିଛନ୍ତି ଯେ ତାଙ୍କ ପୁରୁଣା ପାର୍ଟିର ସହକର୍ମୀଙ୍କୁ ଭେଟି ସେ ବହୁତ ଖୁସି। ମମତା ବାନାର୍ଜୀଙ୍କ ନେତୃତ୍ୱରେ ବଙ୍ଗଳା ପୁନର୍ବାର ସ୍ଥିତି ଫେରି ପାଇବ ବୋଲି ମୁଁ ଗର୍ବିତ ଅନୁଭବ କରୁଛି। ” ସୂଚନାଯୋଗ୍ୟ ୨୦୧୭ରେ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ମୁକୁଲ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି କ୍ରିଷ୍ଣନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଏକଦା ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ମୁକୁଲ ରୟ। କିନ୍ତୁ ୨୦୧୭ରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଏବଂ ବିଜେପି ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ତେବେ ବିଜେପିରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବାରୁ ସେ ଦଳ ଛାଡ଼ି ପୁଣି ଥରେ ଟିଏମସିରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ବୁଧବାର ଟିଏମସି ସାଂସଦ ସୌଗତ ରୟ ମଧ୍ୟ କହିଥିଲେ ମୁକୁଲ ଏବଂ ଅନେକ ବିଜେପି ନେତା ବିଜେପିରେ ସାମିଲ୍ ହେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଯାଇଛି । ସୂଚନାଯୋଗ୍ୟ, ୬ ବର୍ଷ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଟିଏମସି ମୁକୁଲ ରୟଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ୧୯୯୮ରୁ ରାଜନୀତି କରୁଥିବା ମୁକୁଲ ରୟଙ୍କ ନାମ ନାରଦା ଷ୍ଟିଙ୍ଗ୍ କେସରେ ମଧ୍ୟ ରହିଛି ।ଅନେକ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅନେକ ନେତା ଏବେ ପୁଣି ଟିଏମ୍‌ସିରେ ଯୋଗ ଦେବାକୁ ଚାହୁଁଛନ୍ତି। ଏପଟେ ଟିଏମ୍‌ସି ଦାବି କରିଛି ଯେ ପ୍ରାୟ ୩୫ରୁ ଅଧିକ ନେତା ଟିଏମ୍‌ସିରେ ଯୋଗେ ଦେବା ପାଇଁ ଦଳର ସହ ଯୋଗାଯୋଗରେ ରହିଛନ୍ତି।

Related Posts