ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା; ଗୃହରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ରୁଚିକା ଆତ୍ମହତ୍ୟା ମାମଲାରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ଗୃହ କାର‌୍ୟ୍ୟ ଶେଷ ପୂର୍ବରୁ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।ସେପଟେ, ବିଧାନସଭାରେ ବିଜେବିି କଲେଜ ଛାତ୍ରୀ ରୁଚିକା ଅତ୍ମହତ୍ୟା ତାତି । ପ୍ରଶ୍ନ କାଳ ପରେ ଶୁନ୍ୟକାଳରେ ପୁଣି ଉଠିଲା ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ସିବଆଇ ତଦନ୍ତ ଦାବି କଲା ବିଜେପି । ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହା ଏକ ସ୍ପର୍ଶକତାର ବିଷୟ ।

ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚ ଶିକ୍ଷା ବିଭାଗର ଅନୁ ଶାସନ ଉପରେ ଅଙ୍ଗୁଳି ଉଠାଇଛି ବିଜେପି । ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣିଛି ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଘଟଣା ଉପରେ ସ୍ୱତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା ଦାବି କରି ନାରାବାଜି କରିଥିଲା । ଅନ୍ୟପଟେ ବିଜେଡ଼ି କହିଛି ମୁଖ୍ୟମନ୍ତ୍ରୀ କାହାକୁ କ୍ଷମ କରନ୍ତି ନାହିଁ । ଆଇନ ତା ବାଟରେ ଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts