ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଶୂନ୍ୟ କାଳରେ ପୁଣି ଥରେ ଉଠିଲା ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହି ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିବୃତି । ଏହା ଏକ ସ୍ପର୍ଶକାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣ ଯନ୍ତା ପାଲଟିଛି ।

କେବଳ ବିଜେବି କଲେଜ ନୁହେଁ ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଂ ହେଉଛି । ସୁପରିଟେଣ୍ଡଣ୍ଟ ଝୁମୁକି ରଥ କେମିତି ଜାଣି ପାରିଲେ ନାହିଁ ଏହି ଘଟଣା । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ । ୨୦୨୧-୨୨ ଓଡିଶାରୁ ୪୦ ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସି ଯାଇଛନ୍ତି । ରାଗିଂକୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡା ଆଇନ ଆଣିବେ କି ରାଜ୍ୟ ସରକାର । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ୫ ବର୍ଷରେ ୩ ହଜାର ୧୦୦ ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts