କେବେଠାରୁ ବାଚସ୍ପତି ନିର୍ବାଚନ ପାଇଁ ଦାବି ହୋଇ ଆସୁଛି; କିନ୍ତୁ ଦେଢ଼ବର୍ଷ ହେବ ରାଜ୍ୟପାଳ ଶୋଇଥିଲେ: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ସିନ୍ଦେ ଗୋଷ୍ଠୀର ପ୍ରାର୍ଥୀ ବାଚସ୍ପତି ନିର୍ବାଚିତ ଜିତିଛନ୍ତି। ବିଜେପି ବିଧାୟକ ରାହୁଲ ନର୍ବେକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଆଜି ସକାଳ ୧୧ଟାରେ ଗୃହ କାର‌୍ୟ୍ୟ ଆରମ୍ଭ ହେବାପରେ ନିର୍ବାଚନ ହୋଇଥିଲା। ମୋଟ୍ ୩ ଜଣ ବିଧାୟକ ତଥା ସମାଜବାଦୀ ପାର୍ଟିର ଅବୁ ଆଜ୍ମି ଏବଂ ରାଇସ ଶେଖ୍ ଏବଂ ଏଆଇଏମ୍ଆଇଏମ୍ର ଫାରୁକ୍ ଅନୱର ଭୋଟ୍ ଦେଇନାହାନ୍ତି। ରାହୁଲ ନର୍ବେକର ବାଚସ୍ପତି ନିର୍ବାଚିତ ହେବା ସହ ଆଜି ଦାୟିତ୍ବ ନେଇଛନ୍ତି। ସେପଟେ ଉଦ୍ଧବ ଠାକ୍ରେ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ୨ ଗୋଷ୍ଠୀ ଆଜି ପ୍ରଥମେ ହ୍ବିପ୍ ଜାରି କରି ନିଜ ନିଜ ବିଧାୟକଙ୍କୁ ସେମାନଙ୍କ ବାଚସ୍ପତି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିଥିଲେ। ଭୋଟ୍ ପରେ ଉପବାଚସ୍ପତି କହିଥିଲେ ଯେ ଶିବସେନା ବିଧାୟକମାନେ ହ୍ବିପ୍ ବିରୋଧରେ ଭୋଟ୍ ଦେଇଛନ୍ତି। ସମସ୍ତ ପ୍ରକ୍ରିୟାକୁ ଭିଡିଓ ରେକର୍ଡ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରିରେ ବାଚସ୍ପତି ପଦରୁ କଂଗ୍ରେସର ନାନା ପାଟୋଲ୍ ଇସ୍ତଫା ଦେବାପରେ ଏହି ପଦ ଖାଲି ପଡ଼ିଥିଲା। ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବାପରେ ବାଚସ୍ପତି ନିର୍ବାଚନ ହୋଇଛି। ତେବେ କଂଗ୍ରେସ ଏଭଳି ସମୟରେ ବାଚସ୍ପତି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ବାଲାସାହେବ ଥୋରାଟ ଆଜି ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ କେବେଠାରୁ ବାଚସ୍ପତି ନିର୍ବାଚନ ପାଇଁ ଦାବି ହୋଇ ଆସିଛି। କିନ୍ତୁ ଦେଢ଼ବର୍ଷ ହେବ ରାଜ୍ୟପାଳ ଶୋଇଥିବା ମନେ ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts