ନାୟକଙ୍କ ପ୍ରଭାବ: ସତ୍ୟଙ୍କ ତଥ୍ୟକୁ ନେଇ ଜ୍ୟୋତି ପାଣିଗ୍ରାହୀଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ଦସ୍ତାବିଜର ପ୍ରଭାବ । ସରକାରୀ ଅର୍ଥରେ ଦୁଇ ମହିଳା ଅତିଥିଙ୍କୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ବୁଲା ଘଟଣାର ଖୁଲାସା ପରେ ରାଜନୀତି ସରଗରମ । ନାୟକଙ୍କ ସତ୍ୟ ତଥ୍ୟକୁ ନେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ ପକ୍ଷରୁ ପ୍ରେମ୍‌ମିଟ୍‌ କରାଯାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ ମନ୍ତ୍ରୀଙ୍କ ମହିଳା ଅତିଥି କିଏ ଜଣାନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି । ପର୍ଯ୍ୟଟନ ବିଭାଗରେ 5-ଟି ନଥିବା ଅଭିଯୋଗ କରିଛି ଦଳ । ମନ୍ତ୍ରୀଙ୍କ ଉପରେ ସନ୍ଦେହ ହେଉଥିବାରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପୂର୍ବ ଗସ୍ତର ହିସାବ ପର୍ଯ୍ୟଟନ ବିଭାଗ ଦେଉ ବୋଲି ଦାବି କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଏହା ସହ 5-ଟି ଆଳରେ ସବୁବେଳେ ଟିମ୍‌ ୱାର୍କ କଥା କହୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍‌ର ଜଣେ ସଦସ୍ୟଙ୍କ ଏଭଳି କାର୍ଯ୍ୟ ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ଦଳ ।

ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ହୋଇଥିବା ଟୁରିଜିମ ରୋଡ ସୋରେ ଭାଗ ନେବା ସହ କିଭଳି ମନ୍ତ୍ରୀ ପଦର ଅପବ୍ୟବହାର କରି ନିଜର ୨ ଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍ କ୍ରିଷ୍ଣାରେ ରହିବାର ବନ୍ଦୋବସ୍ତ କରିଥିଲେ ତାହାର ଖୁଲାସା ଗତକାଲି କରିଥିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ଏହା ପରେ ଗତକାଲି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ସିମୁଳିଆରେ ତାଙ୍କ ବିରୋଧରେ ପୋଡ଼ାଜଳା କରିଥିଲେ ସ୍ଥାନୀୟ ଲୋକେ ।

Related Posts