ବଢିଲା ବିବାଦ, ଜ୍ୟୋତିଙ୍କ ଇସ୍ତଫା ଦାବିରେ ଗୃହ ହୁଲ୍‌ସ୍ତୁଲ୍

ଭୁବନେଶ୍ୱର: କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ଦସ୍ତାବିଜର ପ୍ରଭାବ । ସଂସ୍କୃତି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ହୁଲ୍‌ସ୍ତୁଲ୍ । ସରକାରୀ ଅର୍ଥରେ ଦୁଇ ମହିଳା ଅତିଥିଙ୍କୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ବୁଲା ଘଟଣାର ଖୁଲାସା ପରେ ରାଜନୀତି ସରଗରମ । ଶୂନ୍ୟକାଳରେ ଗୃହରେ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମନ୍ତ୍ରୀ କେଉଁ ଆଧାରରେ ସରକାରୀ ଅର୍ଥରେ ଦୁଇ ମହିଳା ଅଧିକାରୀଙ୍କୁ ନେଇ ବୁଲିବାକୁ ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ । ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ନରସିଂହ । କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ ବୋଲି ଗୃହରେ ଦାବି କରିଥିଲେ ।

ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ହୋଇଥିବା ଟୁରିଜିମ ରୋଡ ସୋରେ ଭାଗ ନେବା ସହ କିଭଳି ମନ୍ତ୍ରୀ ପଦର ଅପବ୍ୟବହାର କରି ନିଜର ୨ ଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଏବଂ ହୋଟେଲ ତାଜ୍ କ୍ରିଷ୍ଣାରେ ରହିବାର ବନ୍ଦୋବସ୍ତ କରିଥିଲେ ତାହାର ଖୁଲାସା ଗତକାଲି କରିଥିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ଏହା ପରେ ଗତକାଲି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ସିମୁଳିଆରେ ତାଙ୍କ ବିରୋଧରେ ପୋଡ଼ାଜଳା କରିଥିଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ ସମ୍ପୃକ୍ତ ୨ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ହୋଟେଲରେ ରହଣି ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ଟୁରିଜିମ୍ ଡେଭେଲପମେଣ୍ଟ କର୍ପୋରେସନର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି କଂଗ୍ରେସ । ସଂପୃକ୍ତ ମହିଳାଙ୍କ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ‘ହାଇଦ୍ରାବାଦ ରୋଡ ସୋ’ରେ ଓଡିଶାବାସୀଙ୍କୁ ସହାୟତା କରିଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସତ୍ୟ ନାୟକ ପ୍ରଶ୍ନ କରିଥିଲେ ।

ଏହା ପରେ ସଂସ୍କୃତି ମନ୍ତ୍ରୀ ସ୍ବଷ୍ଟୀକରଣ ରଖି କହିଥିଲେ କି ମୁଁ କୌଣସି ସରକାରୀ ନିୟମକୁ ଉଲ୍ଲଙ୍ଘନ କରିନାହିଁ । ଯାହା କୁହାଯାଉଛି ସେଥିରେ କିଛି ବୁଝିବାରେ ଭୁଲ ଥାଇପାରେ

ସଂପୃକ୍ତ ମହିଳା ଦୁଇଜଣଙ୍କୁ ମନ୍ତ୍ରୀ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ ?

ହାଇଦ୍ରାବାଦରେ ତାଜ୍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି ?

ଓଟିଡିସି ନା ଅନ୍ୟ ସଂସ୍ଥା ?                                                                                                                           

ଅନ୍ୟ ସଂସ୍ଥାଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ କରାଯାଉ । ଘଟଣାର ସତ୍ୟାସତ୍ୟ ରହିଛି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି ଦାବି କରିଥିଲେ ସତ୍ୟ ପ୍ରକାଶ ।

Related Posts