ପୁରୀରେ ଆରମ୍ଭ ହେଲା ବିଜେପିର ପ୍ରଶିକ୍ଷଣ ଶିବିର; ୩ଦିନ ଧରି ୧୫ଟି ପର୍ଯ୍ୟାୟରେ ରାଜ୍ୟ ନେତାଙ୍କୁ ପ୍ରଶିକ୍ଷଣ ଦେବେ ପ୍ରଭାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ରାଜ୍ୟ ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ମାନେ ଏହି ଶିବିରରେ ଉପସ୍ଥିତ ଅଛନ୍ତି । ଏହା ସହିତ ଦଳର ସବୁ ସାଂସଦ, ବିଧାୟକ, ପଦାଧିକାରୀ ମାନେ ମଧ୍ୟ ଯୋଗ ଦେଇଛନ୍ତି ।ଏଥିସହ ୨୦୧୯ରେ ନିର୍ବାଚନ ଲଢ଼ିଥିବା ସବୁ ସାଂସଦ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଯୋଗ ଦେଇଛନ୍ତି ।

ମୋଟ ୧୫ଟି ପର୍ଯ୍ୟାୟରେ ହେବ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ୧୩ ତାରିଖରେ ୫ଟି, ୧୪ ତାରିଖରେ ୬ଟି ଓ ୧୫ ତାରିଖରେ ୪ଟି ପର୍ଯ୍ୟାୟରେ ଶିବିର ଆୟୋଜନ ହେବ । ଶିବିରରେ ଦଳର ବିଚାରଧାରା ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାସହ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ବିଚାରଧାରାକୁ ଆଧାର କରି କେନ୍ଦ୍ରୀୟ ଯୋଜନା କେମିତି ତୃଣମୂଳ ସ୍ତରରେ ପହଞ୍ଚାଇବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

Related Posts