‘୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି’: ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ):  ଖୁବଶୀଘ୍ର ଆସିବ ବିଜେପି ପ୍ରାର୍ଥୀ ତାଲିକା । ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଅନୁସାରେ ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠାରେ ପ୍ରାର୍ଥୀ ତାଲିକା ବଦଳିପାରେ ।

ସେହିପରି ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ବିଦ୍ରୋହକୁ ନେଇ ସେ କହିଛନ୍ତି ଯେ, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯାଳୟରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହେଁ । ସମସ୍ତେ ଦଳ ବିଚାର ଧାରା ସହ ଜଡ଼ିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି ତୋମାର । ଏହାସହ ବିଧାନସଭା ନିର୍ବାଚନ ବହୁମତ ଓ ଲୋକସଭା ସିଟରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର ।

ସୂଚନା ଅନୁସାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ୨୧ ଲୋକସଭା ଓ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ତେବେ ଏପର୍ଯ୍ୟନ୍ତ ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି ।

Related Posts