ଓଡ଼ିଶାରେ ବିଜେଡି ସହ ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି : କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରେ ବିଜେଡି ସହ ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି ଟିମ୍। ଆଗାମୀ ନିର୍ବାଚନ ପାଇଁ ଏଭଳି ଏକ ଟିମ୍ ପ୍ରସ୍ତୁତ କରାଯାଉଛି। ଏଭଳି ଇସାରା ଦେଇଛନ୍ତି କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଦଳୀୟ କାର୍ଯ୍ୟକାର୍ତ୍ତାକୁ ଆଗାମୀ ନିର୍ବାଚନ ଜିତିବାର ଫର୍ମୁଲା କହିବା ସହ ଗଣମାଧ୍ୟକୁ ସେ ଏହି ମତ ପ୍ରକାଶ କରିଛନ୍ତି।ବିଜେଡି-ବିଜେପି ଭିତିରି ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ନିର୍ବାଚିତ ସରକାର ସହ କେନ୍ଦ୍ରର ସଂପର୍କ ଭଲ ରହିବା ଉଚିତ୍। କିନ୍ତୁ ରାଜନୀତି ଓ ବିଚାରଧାରାର କଥା ଆସିଲେ ବିଜେଡି ସହ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦିତା ସବୁବେଳେ ରହିବ। ନିର୍ବାଚନରେ ଆଖିରେ ଆଖି ମିଶାଇ ଲଢ଼ିବାକୁ ପୂରା ବିଜେପି ଟିମ୍‌କୁ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ପରମାଣିକ ରବିବାର ତାଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ତୁଳସୀ କ୍ଷେତ୍ରରେ ବଳଦେବଜୀଉଙ୍କ ଦର୍ଶନ ପରେ ଦୁହୁରିଆସ୍ଥିତ ବିଜେପି ପାର୍ଟି ଅଫିସ ଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବୈଠକ କରିଥିଲେ। ପରେ ଆଳି ଓ ରାଜକନିକା ଯାଇଥିଲେ କେନ୍ଦ୍ରମନ୍ତ୍ରୀ ରାଜକନିକର ପେଗଡ଼ପଡା ପଂଚାୟତ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମରେ ବଜେପିର ରାଜ୍ୟ, ଜିଲା ଓ ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

Related Posts