ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ, ଚାଲିଗଲା 5 ଜୀବନ

ନୂଆଦିଲ୍ଲୀ: ପୁଣି ବିସ୍ପୋରଣରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନ ର ଏକ ମସ୍‌ଜିଦ୍‌ରେ ଭୟଂକର ବିସ୍ପୋରଣ ହୋଇଛି । ଫଳରେ ଚାଲିଗଲା ୫ଜଣଙ୍କ ଜୀବନ। ଆଫଗାନିସ୍ତାନ ମଜାର-ଇ-ସରିଫରେ ଏହି ବିସ୍ଫୋରଣ ହୋଇଛି। ଏନେଇ ଆଫଗାନୀ ମିଡିଆ ଟୋଲୋ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି।

ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।

ଆହତମାନଙ୍କୁ ଅବୁ ଅଲ୍ଲୀ ସିନା-ଏ ବଲ୍‌ଖୀ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ଆଫଗାନିସ୍ତାନର ଏକ ସ୍କୁଲ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫ୍‌ଗାନ୍‌ ସିଆ ସମ୍ପ୍ରଦାୟର ଏକ ପୁରୁଣ ଅଧିବାସୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା।

ଟୋଲୋ ନ୍ୟୁଜ୍ ଅନୁସାରେ, ଗୁରୁବାର ୩ଟି ଅଲଗା ଅଲଗା ସ୍ଥାନରେ ବ୍ଲାଷ୍ଟ ହୋଇଛି। ସେଥିମଧ୍ୟରୁ ଗୋଟିଏ କାବୁଲ୍‌ରେ ହୋଇଥିବା ବେଳେ ଅନ୍ୟଟି ବଲ୍‌ଖା ଅଞ୍ଚଳର ମଜାର୍-ଏ ଶରିଫ୍ ଏବଂ ତୃତୀୟଟି କୁନ୍ଦୁଜ ଅଞ୍ଚଳର କୁନ୍ଦୁଜ୍ ସହରରେ ହୋଇଛି।

ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ ଅନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବଲ୍କର ମଜାର ଏ ସରିଫର ଶେଖ ଦୋକାନରେ ଥିବା ଏକ ମସ୍‌ଜିଦ୍‌ରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ଏଥିରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ।

Related Posts