ସେପ୍ଟେମ୍ବର ୧୧ରେ ମୋଦୀ-ପୁଟିନ ବୈଠକ September 9, 2026 | 6:56 AMSatya Pathaଜାତୀୟଦେଶ ବିଦେଶବଡ ଖବରମୁଖ୍ୟ ଖବର ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରି ପେସକଭ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ରୁଷ୍ ମଧ୍ୟ କହିଛି ଯେ ଶାନ୍ତିପୂର୍ଣ୍ଣ ଉପାୟରେ ୟୁକ୍ରେନ ସଂଘର୍ଷର ସମାଧାନ ପାଇଁ ଭାରତ ଦ୍ବାରା ହୋଇଥିବା ଉଦ୍ୟମକୁ ଏହା ସ୍ବାଗତ କରୁଛି। ପେସକଭ କହିଛନ୍ତି, ୟୁକ୍ରେନ ସଂଘର୍ଷ ଉପରେ ଭାରତର ସ୍ଥିତିକୁ ଆମେ ଭଲଭାବେ ଜାଣୁ ଏବଂ ୟୁକ୍ରେନ୍ ସଂଘର୍ଷ ସଂକ୍ରାନ୍ତରେ ରୁଷ୍ର ସ୍ଥିତି ମଧ୍ୟ ସମାନ। ସେହିପରି ନୂଆ ପରମାଣୁ କେନ୍ଦ୍ର ପ୍ରତିଷ୍ଠା ସଂକ୍ରାନ୍ତରେ ଭାରତ ସହ ବୁଝାମଣା ପାଇଁ ବି ରୁଷ୍ ଅପେକ୍ଷା କରି ରହିଛି ବୋଲି ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି। ଭାରତକୁ ଏସ୍ୟୁ–୫୭ ବିକ୍ରି ମଧ୍ୟ ଦୁଇ ନେତାଙ୍କ ଦ୍ବିପାକ୍ଷିକ ବୈଠକର ଏଜେଣ୍ଡାରେ ରହିବ। ଉଲ୍ଲେଖଯୋଗ୍ୟ, ୧୮ଶ ବ୍ରିକ୍ସ ସମ୍ମିଳନୀ ସେପ୍ଟେମ୍ବର ୧୧ରୁ ୧୩ ନୂଆଦିଲ୍ଲୀରେ ହେବ।
ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ବିଜୁଳି ଭିତ୍ତିଭୂମି ପାଇଁ ୧୬୦୦ କୋଟି, ୧୮ ପ୍ରସ୍ତାବକୁ ମୋହର September 7, 2026 | 11:07 PM