ମେକ୍ସିକୋରେ ଭୟାବହ ବିସ୍ଫୋରଣ

ମେକ୍ସିକୋରେ ଭୟାବହ ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ 3୦ ଜଣଙ୍କ ମୃତ୍ୟୁ ଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେଲ ପାଇଁ ଯାଇଥିବା ଏକ ପାଇପ୍‌ ଲାଇନରେ ଏହି ବିସ୍ଫୋରଣ ହୋଇଥିଲା । ତେଲ ଚୋରି ପାଇଁ ଚୋରମାନେ ପାଇପ୍‌ ଲାଇନ୍‌ରେ କଣା କରିଦେଇଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।

ଉତ୍ତର ମେକ୍ସିକୋର ହିଡାଲଗୋରେ ଏହି ବିସ୍ଫୋରଣ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଲୋକେ ତେଲ ଭର୍ତ୍ତି କରିବା ପାଇଁ ଟାଙ୍କି ନିକଟରେ ଭିଡ଼ ଜମାଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ନିଆଁର ଧାସ ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା ।

Related Posts