ନିଆରେ ପୋଡ଼ି ଗଲେ ସ୍ବାମୀ,ସ୍ତ୍ରୀ ଓ ପୁଅ

ଭୁବନେଶ୍ବର ଉପକଣ୍ଠ କପିଳେଶ୍ବର କେନାଲ ବନ୍ଧରେ ଅଘଟଣ । ନିଆଁରେ ପୋଡ଼ି ହୋଇ ସ୍ବାମୀ, ସ୍ତ୍ରୀ ଓ ପୁଅ ଗୁରୁତର । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ପାରିବାରିକ ବିବାଦରୁ କିରାସିନ ଢାଳି ନିଆଁ ଲଗାଇଥିବା ସୂଚନା ମିଳିଛି ।

ପାରିବାରିକ ସମସ୍ୟା ନେଇ ଏମାନେ ଶୁକ୍ରବାର ଲିଙ୍ଗରାଜ ଥାନା ଯାଇଥିଲେ । ଥାନାରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ଶନିବାର ଏଭଳି ଘଟଣା ଘଟିଛି ।

Related Posts