ମୋତିଆବିନ୍ଦୁରେ ଆକ୍ରାନ୍ତ

ଭୁବନେଶ୍ୱର- ସାଧାରଣ ପ୍ରଶାସନର ନିରବତା । ଓପିଏସସିର ଏଏସଓ ପରୀକ୍ଷାକୁ ନେଇ ବିଭିନ୍ନ ପ୍ରକାର ବିଭ୍ରାଟ ଓ ଚଞ୍ଚକତାର ଅଭିଯୋଗ ଉଠିବାରେ ଲାଗିଛି । ସର୍ବ ଭାରତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଥିବା ସତ୍ୱେ ଅତି ତରବରିଆ ଭାବେ ଜାନୁଆରୀ ୨୦ ତାରିଖ ଦିନ ଏଏସଓ ପରୀକ୍ଷା ହେବାକୁ ନେଇ ପରୀକ୍ଷାର୍ଥୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ଓ ବୁଦ୍ଧିଜିବୀ ନାପସନ୍ଦ କରିଛନ୍ତି । ଏହା ପଛରେ ଓପିଏସିର ଉଦ୍ଦେଶ୍ୟ ଉପରେ ଉଠିଛି ପ୍ରଶ୍ନ । ଏହି ଘଟଣାରେ ସରକାର ଓ ସଚିବାଳୟ ଭିତରେ ବିରାଟ ଧରଣର ନିଯୁକ୍ତି ଘୋଟାଲାର ପ୍ରକରଣ ଚାଲିଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ସେହି ସମୟରେ ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଓ ମନୋମୁଖୀ ନିଷ୍ପତିକୁ ନେଇ ଓପିଏସସି ଓ ସାଧାରଣ ପ୍ରଶାସନର କାର୍ଯ୍ୟକାରିତା ଓ ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ ପାଇଛି । ୪୦ ପ୍ରତିଶତରୁ ଅଧିକ ଦୃଷ୍ଟିହୀନ ଓ ଅନ୍ୟାନ୍ୟ ଭିନ୍ନକ୍ଷମ (ଯେଉଁମାନେ ଲେଖିବାରେ ଅସମର୍ଥ) ରାଇଟର ବା ଲେଖକଙ୍କୁ ପରୀକ୍ଷା ସହାୟକ ଭାବେ ରାଇଟର ନେଇ ପାରିବେ ବୋଲି ୨୦୧୩ରେ ସରକାର ନିୟମ କରିଛନ୍ତି । ଏପରିକି ୨୦୧୬ରେ ସର୍ଭ ଭାରତୀୟ ସ୍ତରରେ କେନ୍ଦ୍ର ସରକାର ଏନେଇ ଏକ ଆଇନ ମଧ୍ୟ ଆଣିଛନ୍ତି । କିନ୍ତୁ ଏଏସଓ ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରାଇଟର ନେଇ ପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ସବୁ ମହଲରେ ଆପତ୍ତି ଉଠିଛି । ଓଡିଶା ପ୍ରଶାସନିକ ଟିବ୍ୟୁନାଲ ଏ ସଂପର୍କିତ ମାମଲାର ଶୁଣାଣୀ କରି ପିଏସସକୁ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ପୁରୁଣା ବିଜ୍ଞପ୍ତିର ସଂଶୋଧନ କରି ରାଇଟର ଯୋଗା ଦେବା ନେଇ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ।

ସେପଟେ ଗତ ୧୧ ତାରିଖ ଦିନ ଓଡିଶା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗର ନିର୍ଦ୍ଦେଶକ ଆଇଏଏସ ଶୁସାନ୍ତ ମହାପାତ୍ର ମଧ୍ୟ ଓପିଏସସିର ସେକ୍ରେଟାରୀଙ୍କୁ ତୁରନ୍ତ ପୂର୍ବ ବିଜ୍ଞାପନର ସଂଶୋଧନ କରିବା ପାଇଁ ଚିଠି ଲେଖିଥିଲେ । ତା ସେତ୍ୱେ ଓପିଏସି ଏପର୍ଯ୍ୟନ୍ତ ନିଜ ନିଷ୍ପତିରେ ଅଟଳ ରହିଛି । ସାଧାରଣରେ ଅଭିଯୋଗ ଉଠିଛି ରାଜ୍ୟର ଶାତାଧିକ ଦୃଷ୍ଟିହୀନ ଯୋଗ୍ୟ ପ୍ରାର୍ଥୀଙ୍କୁ ବଂଚିତ କରିବା ପାଇଁ ଏଭଳି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଯାହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସରକାରଙ୍କୁ କଡା ସମାଲୋଚନା କରିବା ସହ ଭତ୍ସନା କରିଛନ୍ତି । ଏ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି ସତ୍ୟପ୍ରକାଶ ।

ଏତେ ସବୁ ତୁମ୍ବିତୁଫାନ ପରେ ବି ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟଙ୍କ ନିରବତା ଓ ଓଡିଶା ସରକାରର ମୁଖ୍ୟ ଏ ପ୍ରତି ଦୃଷ୍ଟି ଏଡେଇ ଦେବାକୁ ନେଇ କଂଗ୍ରେସ କହିଛି ଶାସନର ମୁଖ୍ୟ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମୁଖ୍ୟମାନେ ଏବେ ମୋତିଆ ବିନ୍ଦୁରେ ଆକ୍ରାନ୍ତ କରାଯାଉଛି । ଦୀର୍ଘ ୬ବର୍ଷ ପରେ ସରକାର ବିଜ୍ଞପ୍ତି ଆଣୁଛନ୍ତି କିନ୍ତୁ ରାଜ୍ୟର ଦୃଷ୍ଟିହୀନମାନଙ୍କୁ ସୁଯୋଗରୁ ବଂଚିତ କରାଯାଉଛି , ତେଣୁ ମାନ୍ୟବର ପ୍ରଥମେ ମୋତିଆବିନ୍ଦୁର ଚିକିତ୍ସା କରନ୍ତୁ ବୋଲି କଂଗ୍ରେସ କହିଛି ।

ଦେଖନ୍ତୁ ଭିଡିଓ

https://youtu.be/Fu34ejVzHaI

Related Posts