ବିସ୍ଫୋରଣରେ ଥରିଲା ଅଶାନ୍ତ ଆଫଗାନିସ୍ତାନ: ତିନୋଟି ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଅଶାନ୍ତ ଆଫଗାନିସ୍ତାନରେ ପୁଣି ବିସ୍ପୋରଣ । ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ସରିଫ୍‌ ସହରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଠାରେ ତିନୋଟି ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣ ଘଟିଛି | ଫଳରେ ଏହି ସବୁ ବିସ୍ପୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି |

ପ୍ରଥମେ ଏକ ମିନି ବସରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୧୫ ଜଣ ଗୁରୁତର ହୋଇପଡିଥିବା ଜଣାପଡିଛି । ତେବେ ବଲଖ୍‌ ପୋଲିସର ରିପୋର୍ଟ ଅନୁସାରେ, ସହରର ୩ଟି ଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିଲା । ଏକ ମିନି ବସରେ ବିସ୍ଫୋରଣ ଘଟିବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

ସୋହିପରି କାବୁଲର ଏକ ମସଜିଦ ଭିତରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ । ମସଜିଦ ଭିତରେ ଥିବା ଏକ ଫ୍ୟାନରେ ବୋମା ରଖା ଯାଇଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍ ନିଜକୁ ଦାୟୀ କରିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ବଢିବାରେ ଲାଗିଛି। ଗତ ଏପ୍ରିଲ ୨୮ ତାରିଖରେ ମଧ୍ୟ ବସରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୩ ଜଣ ଗୁରୁତର ହୋଇଥିଲେ । ଏପ୍ରିଲ ୨୧ ତାରିଖରେ ନମାଜ ପଢୁଥିବା ସମୟରେ ଡୋକାନ୍‌ ମସଜିଦରେ ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୮ ଜଣ ଆହତ ହୋଇଥିଲେ ।

Related Posts