ରାଜ୍ୟସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ହେଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ବିଜ୍ଞପ୍ତି ।

ଆଜିଠୁ ଆରମ୍ଭ ହୋଇ ଜୁନ ୨ ତାରିଖ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲୁ ରହିବ । ଜୁନ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ।

ସେହିଭଳି ଜୁନ୍ ୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ । ଆସନ୍ତା ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ ।

ତେବେ ୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଏଥର ରାଜ୍ୟସଭା ନିର୍ବାଚନ ହେଉଛି । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଆସନ । ତେବେ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ଅନେକ ଚର୍ଚ୍ଚିତ ଚେହେରା ସାମ୍ନାକୁ ଆସିଛି । ଅନେକ ଆଶାୟୀ ମଧ୍ୟ ଅଛନ୍ତି କିନ୍ତୁ କାହା ନାଁରେ ମୋହର ମରାଯିବା ତାକୁ ଅପେକ୍ଷା ରହିଛି । ଏନେଇ ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇପାରେ । ଅନ୍ୟପଟେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ରାଜ୍ୟସଭା ପାଠାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋରଧରିଛି |

Related Posts