ଫୁଲୁଛି ବୈତରଣୀ: ଧାମନଗର ବ୍ଲକର ୧୦ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ

ଭଦ୍ରକ : ଲଘୁଚାପ ଜନିତ ବର୍ଷା ପରେ ଏବେ ରାଜ୍ୟରେ ବିଭିନ୍ନ ନଦୀ ରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଧାମନଗର ବ୍ଲକର ୧୦ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ । ଏହାସହ ସୋହଡା ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଏବେ ଜଳବନ୍ଦୀ ।

ଷୋଳମପୁର ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଭଣ୍ଡାରିପୋଖରୀ- ଯାଜପୁର ରାସ୍ତା ଓ ବେଦପୁର ନିକଟରେ ବନ୍ୟା ଜଳ ଚାଲୁଥିବାରୁ ଧାମନଗର-ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୨୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

Related Posts