ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ଘଟିଛି ଏକ ଅଭାବନୀୟ ଘଟଣା ।ପୁବ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟା କାଣ୍ଡ ଘଟିଛି । ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି କରାଯାଇଛି ହତ୍ୟା । ମୃତ ଯୁବକଙ୍କ ନା ଅଜୁ ଦୋରା ।

ଭୋର୍‌ରୁ ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୃବର୍ତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଫେରାର୍ ହୋଇଯାଇଛନ୍ତି ।

ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହତ୍ୟାର କାରଣ ପୂର୍ବଶତ୍ରୁତା ବୋଲି ଜଣାପଡିଛି । ଟାଉନଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Related Posts