ପୌର ନିର୍ବାଚନ ପାଇଁ ବିଏମସିର ଚୂଡ଼ାନ୍ତ ତାଲିକାରେ ୭ ଲକ୍ଷ ୨୫ ହଜାର ୭୬୫ ଜଣ ଭୋଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ବିଏମସିର ଚୂଡ଼ାନ୍ତ ତାଲିକାରେ ଭୁବନେଶ୍ୱରରେ ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଜଣ ଭୋଟର ରହିଥିବାର ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ବିଏମସି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛି । ଏଥିରେ ୩ ଲକ୍ଷ ୯୪ ହଜାର ୫୧୦ ଜଣ ପୁରୁଷ ଭୋଟର ଥିବାବେଳେ ୩ ଲକ୍ଷ ୩୦ ହଜାର ୮୧୫ ଜଣ ମହିଳା ଓ ୪୪୦ ଜଣ ଅନ୍ୟବର୍ଗର ଭୋଟର ରହିଛନ୍ତି । ତେବେ ୱାର୍ଡ ନଂ.୬୫ରେ ସର୍ବାଧିକ ୧୭ ହଜାର ୮୫୭ ଜଣ ଭୋଟର ରହିଛନ୍ତି । ପ୍ରାଥମିକ ତାଲିକାଠାରୁ ଚୂଡ଼ାନ୍ତରେ ଭୋଟର ସଂଖ୍ୟା କମିଛି । ପୂର୍ବରୁ ପ୍ରକାଶିତ ପ୍ରାଥମିକ ତାଲିକାରେ ମୋଟ ୭ ଲକ୍ଷ ୨୭ ହଜାର ୪୫୬ ଜଣ ଭୋଟର ଥିଲେ । ତାଲିକାରେ ଅନେକଙ୍କ ନାମ ନଥିବାବେଳେ ଆଉ କେତେଜଣ ଭୋଟରଙ୍କ ୱାଡ ବଦଳି ଯାଇଥିଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯାଇଥିଲା । ଚୂଡ଼ାନ୍ତ ତାଲିକାରେ ଏସବୁ ସଂଶୋଧନ କରାଯିବା ସହ ଭୋଟର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା ।

ମାତ୍ର ଏବେ ଭୋଟରଙ୍କ ସଂଖ୍ୟା ୧୬ ଶହ ୯୧ କମିଥିବାରୁ ସାଧାରଣରେ ଦ୍ୱନ୍ଦ ପ୍ରକାଶ ପାଇଛି । ତେବେ ଏନେଇ ଏଡିଏମ ପ୍ରଫୁଲ କୁମାର ସ୍ୱାଇଁ କହିଛନ୍ତି, ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିଥିବା ଭୋଟରମାନେ ଗୋଟିଏ ବୁଥର ହୋଇଥିବାବେଳେ ୨ଟି ୱାର୍ଡରେ ସେମାନଙ୍କ ନାମ ପ୍ରକାଶ ପାଇଥିଲା । ୧୯ ତାରିଖରେ ତାଲିକା ସଂଶୋଧନ କରାଯିବା ସମୟରେ ଏହା ଜଣାପଡ଼ିବା ପରେ ଏହାକୁ ସଂଶୋଧନ କରାଯିବା ସମୟରେ ଏହା ଜଣାପଡ଼ିବା ପରେ ଏହାକୁ ସଂଶୋଧନ କରାଯାଇଛି । ସେହିପରି ଭୋଟର ତାଲିକାକୁ ନେଇ ସମୁଦାୟ ୨୮୯ ଜଣ ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରେ ୨୪୮ ଜଣଙ୍କର ୱାଡ ପରିବର୍ତ୍ତନ ହୋଇଥିବାରୁ ସେମାନଙ୍କୁ ତାଙ୍କ ପୂର୍ବ ୱାର୍ଡକଚ ଫେରାଯାଉଛି । ଚୂଡ଼ାନ୍ତ ତାଲିକାରେ କାହାର ନାମ କଟାଯାଇନାହିଁ କିମ୍ବା କାହାର ନାମ ଯୋଡ଼ାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏବେ ମହାନଗରର ୬୭ଟି ୱର୍ଡର ୭୦୫ଟି ବୁଥରେ ଭୋଟରମାନେ ସେମାନଙ୍କ କର୍ପୋରେଟରଙ୍କୁ ଚୟନ କରିବେ । ସେପଟେ ବିଏମସି କାର୍ଯ୍ୟାଳୟେରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଏଡିଏମ ସ୍ୱାଇଁଙ୍କ ତତ୍ତ୍ୱବଧାନରେ ଏହି ତାଲିକା ପ୍ରକାଶ ପାଇଛି ।

ଏଥିରେ ବିଏମସିର ନିର୍ବାଚନ ଅଧିକାରୀ ଶ୍ରୀମନ୍ତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହି ଚୂଡ଼ାନ୍ତ ତାଲିକା ସମସ୍ତ ୱାର୍ଡ ଅଫିସ, ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ବିଏମସି ଅଫିସ ଏବଂ ଇଲେକ୍ସନ ଅଫସିରଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ଅନ୍ୟପଟେ ଫେବୃଆରୀ ୯ରେ ମହାନଗରର ୬୭ଟି ୱାର୍ଡ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇଥିଲା । ଏଥିରେ ମୋଟ ୭ ଲକ୍ଷ ୨୭ ହଜାର ୪୫୬ ଜଣ ଭୋଟର ଥିବା ସୂଚନା ଦିଆଯାଇଥିଲା । ୧୬ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଦାଖଲ ପରେ ୧୮ରେ ଅଭିଯୋଗର ଶୁଣାଣି ହୋଇ ଏହାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି ।

Related Posts