ଦୀର୍ଘ ୪୩ ଦିନର ବ୍ୟବଧାନ ପରେ ରାଜ୍ୟରେ ଶୂନ କୋଭିଡ ମୃତ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ ଶୂନ କୋଭିଡ ମୃତ୍ୟୁ ଘୋଷଣା ହୋଇଛି । ଦୀର୍ଘ ୪୩ ଦିନର ବ୍ୟବଧାନ ପରେ ଏହି ଚିତ୍ର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି । କରୋନାର ତୃତୀୟ ଲୋହରରେ ଗୋଟିଏ ଦିନରେ ରାଜ୍ୟ ସରକାର ସର୍ବାଧିକ ୨୪ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ୫୮୩ ଜଣଙ୍କ ଚଳିତ କରୋନା ଲେହାରରେ ମୃତ୍ୟୁ ହୋଇଥିବାର ଘୋଷଣା କରାଯାଇଛି । ମାତ୍ର ୩ଟି ଲେହାରକୁ ମିଶାଇ ରାଜ୍ୟରେ ସମୁଦାୟ ୯୦୪୫ ଜଣଙ୍କର ମୃତ୍ୟୁ ହୋଇଛି । ଗଚ୍ଛବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ତୃତୀୟ ଲୋହର ସପ୍ତାହ ଆଡ଼କୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଥିଲା । ରାଜ୍ୟରେ ତୃତୀୟ ଲୋହରରେ ମୃତ୍ୟୁ ଡେଲଟା ଯୋଗୁଁ ହେଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଥିଲେ । ଫେବୃଆରୀ ମାସରେ କରୋନାର ଓମିକ୍ରନ ପ୍ରଜାତି ଡେଲଟାକୁ ସଂପୂର୍ଣ୍ଣ ଅପସାରଣ କରିଥିବା ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ହୋଇଥିବା ଜିନୋମ ସ୍ୱିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଥିଲା ।

ଏ ସମୟରେ ସଂକ୍ରମଣ କମି ଆସିଥିଲେ ହେଁ ସରକାରଙ୍କ ପଛୁଆ କୋଭିଡ ମୃତ୍ୟୁ ଘୋଷଣା ପାଇଁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ ୬୯ ଜଣ ପିଲା ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୮୦, ଖୋର୍ଦ୍ଧା ୩୬, ଗଜପତି ୨୫, କଟକ୧୭, ଅନୁଗୁଳ, ଯାଜପୁର, ବାଲେଶ୍ୱରରେ ୧୪ ଲେଖାଏଁ, କୋରାପୁଟ ୧୬ ଓ ଷ୍ଟେଟ ପୁଲରୁ ୯ ଜଣ ପ୍ରାଣ ହରାଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୯୮୭କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ୮୨୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦୩୭କୁ ଖସି ଆସିଛି । ଅନ୍ୟପଟେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୮୪୩କୁ ବୃଦ୍ଧି ପାଇଛି ।

Related Posts