କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ: ୯୬ଜଣଙ୍କ ମୃତ୍ୟୁ

ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ବୋଟ | ଲିବ୍ୟାରୁ ଶରଣାର୍ଥୀଙ୍କୁ ନେଇ ଯାଉଥବା ଏକ ବୋଟ୍ ବୁଡି ଯାଇଛି | ଫଳରେ ଏହି ଦୁର୍ଘଟଣାରେ ୯୬ଜଣଙ୍କ ମୃତ୍ୟୁ ହୋଇଥିବା ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି ସୂଚନା ଦେଇଛନ୍ତି । ସେଠାରେ ଫସିରହିଥିବା ମାତ୍ର ୪ଜଣଙ୍କୁ ଏକ କମର୍ସିଆଲ ଟ୍ୟାଙ୍କ ଆଲେଗ୍ରିଆ-୧ ଉଦ୍ଧାର କରିଛି ।

‘ଡକ୍ଟର୍ସ ଓି୍ୱଦଆଉଟ୍ ବର୍ଡର୍ସ ଚ୍ୟାରିଟି’ର କହିବା ଅନୁସାରେ ଡଙ୍ଗାରେ ଶତାଧିକ ଲୋକ ଯାତ୍ରା କରୁଥିଲେ । କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବାରୁ ଭାରସାମ୍ୟ ହରାଇ ସମୁଦ୍ର ମଝିରେ ଏହି ବୋଟ୍ ବୁଡିଯାଇଥିବା କୁହାଯାଉଛି ।

ଡଙ୍ଗା ବୁଡିବା ବାବାଦରେ ଫିଲିପୋ ରବିବାର ଏକ ଟ୍ୱିଟ୍ କରିଥିଲେ । ୟୁକ୍ରେନର ପ୍ରାୟ ୪୦ ଲକ୍ଷ ଶରଣାର୍ଥୀଙ୍କୁ ୟୁରୋପ ଆଶ୍ରୟ ଦେଇଛି । ଅନ୍ୟ ପ୍ରବାସୀ ଓ ଶରଣାର୍ଥୀଙ୍କ କ୍ଷେତ୍ରରେ ତାହା କିପରି ଲାଗୁ ହୋଇପାରିବ ସେ ଉପରେ ମଧ୍ୟ ଚିନ୍ତା କରିବା ଜରୁରୀ ବୋଲି ସେ କହିଛନ୍ତି ।

ଜାତିସଂଘ ସୂଚନା ଅନଯାୟୀ, ଏହି ଦୁର୍ଘଟଣା ପୂର୍ବରୁ ଚଳିତ ବର୍ଷ ଭୂମଧ୍ୟସାଗରରେ ୩୬୭ ଶରଣାର୍ଥୀଙ୍କ ଜୀବନ ଯାଇଛି । ୨୦୨୧ରେ ଏହି ସଂଖ୍ୟା ୨,୦୪୮ ଥିବା ଜାତିସଂଘର ସର୍ଭେ ରିପୋର୍ଟରୁ ଜଣାପଡିଛି ।

Related Posts