ବିଶାଳକାୟ ତିମି ସହ ଧକ୍କା ହେଲା ଡଙ୍ଗା: ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଘଟିଛି ଏକ ଅଘଟଣ । ଡଙ୍ଗା ବୁଡିଯାଇଛି । ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଡଙ୍ଗାଟି ଏକ ବିଶାଳକାୟ ତିମି ସହ ଧକ୍କା ହେବା ପରେ ଦୁର୍ଘଟଣା ଘଟିଥିବା ଦାବି କରାଯାଉଛି । ନ୍ୟୁଜିଲାଣ୍ଡର ସରକାରୀ ମିଡିଆ ରେଡିଓ ନ୍ୟୁଜିଲାଣ୍ଡ ଅନୁସାରେ କାଇକୋଉରାର ତଟବର୍ତ୍ତୀ ଅଞ୍ଚଳ ଗଜ୍ ବେ ନିକଟରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ରିପୋର୍ଟ ଅନୁସାରେ ଡଙ୍ଗାରେ ୧୧ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସର କହିବା ଅନୁସାରେ, ଡଙ୍ଗାଟି ଧକ୍କା ହେବା ଓଲଟି ପଡ଼ିଥିଲା, କିନ୍ତୁ କାହା ସହ ଧକ୍କା ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

କାଇକୋଉରାର ମେୟର କ୍ରାଇଗ୍ ମାକେଲ କହିଛନ୍ତି, ଦୁର୍ଘଟଣା ସମୟରେ ସମୁଦ୍ର ଶାନ୍ତ ଥିଲା । ତେବେ ଏକ ବିଶାଳକାୟ ତିମି ଡଙ୍ଗାର ତଳେ ପଟେ ଆସିଯିବାକୁ ଏହା ଓଲଟି ପଡିଥିବ ବୋଲି ଅନୁମାନ କରାଯାଉଛି। ମାକେଲ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ସ୍ପର୍ମ ହ୍ୱିଲ୍ ଏବଂ ହୁମ୍ପବ୍ୟାକ୍ ହ୍ୱିଲ ଦେଖିବାକୁ ମିଳନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ନ୍ୟୁଜିଲାଣ୍ଡର ସାମୁଦ୍ରିକ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ତିମି ଦେଖିବା ପାଇଁ କାଇକୋଉରା ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ। ତିମି, ଡଲଫିନ ଏବଂ ସମୁଦ୍ରର ସୃଷ୍ଟିକୁ ନିକଟରୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ବୋଟ୍ ଏବଂ ହେଲିକପ୍ଟର ବ୍ୟବସ୍ଥା ରହିଛି।

Related Posts