ଜମୁନା ନଈରେ ଦୁର୍ଘଟଣା: ବୁଡିଗଲା ଡଙ୍ଗା, ୨୬ ନିଖୋଜ

ବାନ୍ଦା: ଜମୁନା ନଈରେ ଅଘଟଣ । ମଝି ନଈରେ ଡଙ୍ଗା ବୁଡ଼ି ଯାଇଛି । ଫଳରେ ୩୦ ଜଣ ଲୋକ ଡଙ୍ଗାରେ ଥିଲା ବେଳେ, ସୌଭାଗ୍ୟ ବଶତଃ ୪ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ଡଙ୍ଗା ସହ ଅନ୍ୟ ୨୬ ଜଣଙ୍କର ଏଯାଏ ପତା ମିଳୁ ନାହିଁ।

ଘଟଣା ସ୍ଥଳରେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟା ଜାରି ରହିଛି। ଉଦ୍ଧାର ବେଳେ ଦୁଇ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ମର୍କାରୁ ଫତେହପୁର ଓ ପ୍ରୟାଗରାଜକୁ ଯାତ୍ରୀ ଏହିଭଳି ଭାବରେ ଡଙ୍ଗାରେ ଯିବାଆସିବା କରନ୍ତି। ଡଙ୍ଗା ହିଁ ସେମାନେଙ୍କର ସାହାରା। ଏହି ଡଙ୍ଗାରେ ୩୦-୪୦ ଲୋକ ନଦୀ ପାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି। ଗୁରୁବାର ଦିନ ପ୍ରାୟ ଅଢ଼େଇଟା ବେଳେ ମର୍କାରୁ ୩୦ରୁ ଅଧିକ ଲୋକ ଡଙ୍ଗାରେ ବସି ଫତେହପୁର ଯାଉଥିଲେ। ହେଲେ ଯମୁନାରେ ସୁଅ ଅଧିକ ଥିବାରୁ ଡଙ୍ଗାଟି ହଠାତ୍ ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିଲା। ସେଥିମଧ୍ୟରୁ ୪ ଜଣ ପହଁରି ପହରିଁ କୂଳକୁ ଆସିବାରେ ସକ୍ଷମ ହୋଇଛନ୍ତି ।

Related Posts