୧୧ ଦିନରେ ୧୩ଥର ତୈଳଦର ବୃଦ୍ଧି, ୟୁପି ନିର୍ବାଚନ ପରେ ଏହା ହେଉଛି ବିଜେପିର ରିଟର୍ନ ଗିଫ୍ଟ: ମମତା ବାନାର୍ଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗତମାସରେ ୧୧ ଦିନରେ ୧୩ଥର ପେଟ୍ରୋଲ-ଡିଜେଲ ଦର ବଢ଼ିଚାଲିଛି । ଏଥିରେ ଜନସାଧାରଣଙ୍କ ଠାରୁ ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ତୈଳ ବୃଦ୍ଧିକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ମହାଙ୍ଗା ମାଡ଼ ଦ୍ୱାରା ଉପୁଜିଥିବାର ଆର୍ଥିକ ସଙ୍କଟକୁ ସାମ୍ନା କରିବାକୁ ମୋଦି ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ସେଥିପାଇଁ ଉପୁଜିଥିବା ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ସମାଧାନ ବାହାର କରିବାକୁ କେନ୍ଦ୍ରସରକାର ସର୍ବଦଳୀୟ ବୈଠକ ଡ଼ାକିବା ଜରୁରୀ ଅଟେ ବୋଲି ମମତା ବାନାର୍ଜୀ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ରାଜ୍ୟ ସଚିବାଳୟରେ ଖରଦାତାଙ୍କ ସହ କଥା ହେବା ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମିଳିଥିବା ବିଜୟ ପରେ କେନ୍ଦ୍ର ସରକାର ଜନତାଙ୍କୁ ରିଟର୍ନ ଗିଫ୍ଟ ଦେଇଛନ୍ତି । କାହିଁକିନା ୧୧ ଦିନରେ ୧୩ଥର ତୈଳଦର ବୃଦ୍ଧି ପାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ କଂଗ୍ରେସ ମଧ୍ୟ ତୈଳ ଦର ବୃଦ୍ଧିକୁ ନେି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛି ।

Related Posts