ଆଜି ଗାଁରେ ପହଞ୍ଚିବ ଓଡିଆ ଯବାନଙ୍କ ପ୍ରାର୍ଥୀବ ଶରୀର

ଆଜି ଓଡିଶା ଆସିବ ସହିଦ ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ପ୍ରାର୍ଥୀବ ଶରୀର । ଭୁବନେଶ୍ବର ଏୟାରପୋର୍ଟରୁ କାମାକ୍ଷାନଗର ନିଆଯିବ ମରଶରୀର । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପରିବାର ଓ ଗାଁ ଲୋକେ  ଚାହିଁ ବସିଛନ୍ତି ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ।

ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଯାଇଛନ୍ତି କାମାକ୍ଷାନଗର ବଡ଼ସୁଆଁଳ ଗାଁର ଅଜିତ୍ । ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ ।  ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ।

ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଆତଙ୍କୀଙ୍କ ସହ ମୁକାବିଲାରେ ସହିଦ୍ ହେବା ପୂର୍ବରୁ ମରନା ନୈହିଁ, ମାରନା ହୈ ବୋଲି ଜଣେ ସାଙ୍ଗ ନିକଟକୁ ଶେଷ ଟୁଇଟ୍ କରିଥିଲେ ଅଜିତ । ଦେଶ ମାତୃକାର ସେବା ପାଇଁ ସେ ସହିଦ୍ ହୋଇଯାଇଛନ୍ତି  । ବୀର ପୁଅକୁ ହରାଇ ଶୋକରେ ଡୁବିଛି ବଡସୁଆଁଳ ଗାଁ । କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ।

Related Posts