ରକ୍ତରଞ୍ଜିତ ଅବସ୍ଥାରେ ଖଟ ଉପରେ ପଡ଼ିଛି ବୋହୂର ମୃତ ଶରୀର, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ପୁଅର ମୃତଦେହ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ି ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ପଛର କାରଣ କିନ୍ତୁ ଜଣାପଡ଼ି ନାହିଁ। 

ରବିବାର ସକାଳେ ସୋଡ଼କ ପଞ୍ଚାୟତ ସାହିରେ ଗୋଟିଏ ଘର ଭିତରୁ ଉଭୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ ମହିଳାଙ୍କ ବେକରେ କଟା ଦାଗ ଥିବାରୁ ପତ୍ନୀଙ୍କୁ ମାରିବା ପରେ ସ୍ୱାମୀ ଆତ୍ମହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ସେମାନଙ୍କ ରୁମ୍ ରେ ଶୋଇଥିଲେ। ଆଜି ସକାଳେ ମୃତକଙ୍କ ବାପା ଭୋର ୫ଟାରେ ବିଲକୁ ଯିବେ ବୋଲି ପୁଅକୁ ଡାକିଥିଲେ। କିନ୍ତୁ କୌଣସି  ଉତ୍ତର ମିଳି ନଥିଲା। କେହି ବି ବାହାରକୁ ନ ଆସିବାରୁ ପୁଅର ବାପା ସନ୍ଦେହରେ କବାଟ ‌ଖୋଲିଥିଲି। 

ଏହାପରେ ସେ ଦେଖିବାକୁ ପାଇଥିଲେ ଯେ , ପୁଅ ଆତ୍ମହତ୍ୟା କରିଛି ଏବଂ ବୋହୂର ମୃତଦେହ ଖଟ ଉପରେ ପଡ଼ିଛି।’ ତେବେ କିଭଳି ଓ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ହେଲା ତାହା କିନ୍ତୁ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଘଟଣାକୁ ନେଇ ମୃତକଙ୍କ ବାପା କହିଛନ୍ତି ଯେ ସେ ଏ ଘଟଣା ପଛର କାରଣ କଣ ଜାଣି ନାହାନ୍ତି। 

Related Posts