ହିନ୍ଦୀ ଭାଷାରେ ରିମେକ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ଘୋଷଣା କଲେ ବଲିଉଡ ଅଭିନେତା ଅନୁପମ ଖେର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିନ୍ଦୀ ଭାଷାରେ ରିମେକ୍ ହେବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ପ୍ରତୀକ୍ଷାର ହିନ୍ଦୀ ରିମେକ ପାଇଁ ଘୋଷଣା କରିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର। ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଅନୁପମ ଖେର ଏହା ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଏହି ଫିଲ୍ମକୁ ସେ ନିଜେ ପ୍ରଡ୍ୟୁସ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ପ୍ରତୀକ୍ଷା ଫିଲ୍ମର ହିନ୍ଦୀ ରିମେକରେ ଅନୁପମ ଖେର ନିଜେ ହିରୋଙ୍କ ବାପା ଭୂମିକାରେ ଅଭିନୟ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ୫୩ ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଗୋଆ ଠାରେ ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା” ର ପ୍ରଦର୍ଶନ ପରେ ଭାବବିହ୍ୱଳ ହୋଇପଡିଥିଲେ ଅନୁପମ । ଏହାପରେ ଅନୁପମ ଖେର ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ କରିବା ସହ ବାପା ଭୂମିକାରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି । ଗତକାଲି ଏହି ଫିଲ୍ମର ସ୍କ୍ରିନିଂ ଗୋଆରେ ଅନୁଷ୍ଠିତ ହେଇଥିଲା। ତେବେ ଏହି ଘଟଣା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ଦେଇଛି।

Related Posts