ଖୁବ୍‌ଶୀଘ୍ର ମା’ ହେବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ: ପ୍ରଶଂସକଙ୍କୁ ଦେଲେ ଖୁସି ଖବର

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରଶସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ସେ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ସେ ଏହି ଖୁସି ଖବର ଦେଇଛନ୍ତି।

ଆଲିଆ ହସ୍ପିଟାଲରୁ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେ ଅଲଟ୍ରାସାଉଣ୍ଡର ପରଦାରେ ଏକ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି। ଆଲିଆଙ୍କ ସହ ସ୍ବାମୀ ରଣବୀର କପୁର ନଜର ଆସିଛନ୍ତି।

ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି – ଆମ ବେବି ଖୁବ୍‌ଶୀଘ୍ର ଆସିବ। ଆଲିଆଙ୍କ ଏହି ପୋଷ୍ଟ ଭାଇରାଲ ହୋଇଛି। ପ୍ରଶଂସକମାନେ ଆଲିଆ ଏବଂ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ବିବାହର ମାତ୍ର ୨.୫ ମାସ ପରେ ଆଲିଆ ଗର୍ଭବତୀ ହୋଇଛନ୍ତି। ଏପ୍ରିଲ ୧୪ରେ ଆଲିଆ ଏବଂ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିଛି ବର୍ଷ ଦୁହେଁ ପରସ୍ପରକୁ ଡେଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Related Posts