ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ସାର ଦେଶର ନଜର ରହିଛି । ସେପଟେ ବିଦ୍ରୋହୀ ନେତା ମାନେ ନିଜ ନିଜ ଜିଦ୍ ରେ ରହିଥିବାର ଦେଖିବାକୁ ମିଳିଛି । ବାରଂବାର ଶାସକ ଶିବସେନା ବିଦ୍ରୋହୀ ନେତାମାନଙ୍କୁ ଚେତାବନୀ ଦେବା ସତ୍ୟେ ମଧ୍ୟ ବିରୋଧୀ ପୁଣିଥରେ ଦଳକୁ ଫେରିବା ପାଇଁ ନାରାଜ । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ(ଭାଜପା) ବିରୋଧୀ ଦଳରେ ଆଉ ୨ରୁ ୩ ଦିନ ରହିବୁ। ସମୟ ସରିସରି ଯାଉଛି। ଏବେକାର ସରକାର ଆଉ ମାତ୍ର ୨ରୁ ୩ ଦିନ କ୍ଷମତାରେ ରହିବ। ଜଲନାରେ କୃଷି ବିଭାଗର ନୂଆ ବିଲଡିଂ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ରାଓସାହେବ ଏହା କହିଛନ୍ତି।
ଏମଭିଏ ସରକାର ଯଥାଶୀଘ୍ର ଅନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକ ସାରି ଦେବା ଉଚିତ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି(ଏମଭିଏ)ର ସବୁ ଖେଳ ଶେଷ ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଶିବସେନା ନେତୃତ୍ୱରେ ଗଠନ ହୋଇଥିବା ଏମଭିଏ ସରକାରରେ କଂଗ୍ରେସ ଓ ଏନସିପି ରହିଛନ୍ତି। ଶିବସେନାର ୪୦ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରି ଗୁଆହାଟୀରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତିକ ମାହୋଲ ବେଶ୍ ସରଗରମ ହୋଇପଡିଛି ।
