ଝିଅର ନାମକରଣ କଲେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପରଙ୍କ ଘରକୁ ଏକ କୁନି ପରି ଆସିଥିବା ବେଳେ, ତେବେ ତାଙ୍କ ଝିଅର ନାମ କ’ଣ ସେନେଇ ସସ୍‌ପେନ୍ସ ଜାରି ରହିଥିଲା। ହେଲେ ଗୁରୁବାର ସବୁ ସସ୍‌ପେନ୍ସରୁ ପର୍ଦ୍ଦା ଉଠିଛି।

ଆଲିଆ ଓ ରଣବୀର ନିଜ ଝିଅର ନାମକରଣ କରିଛନ୍ତି। ସେ ତାଙ୍କ ଝିଅଙ୍କ ନାଁ ରାହା ରଖିଛନ୍ତି। ଏହି ନାମ ଜେଜେମା ତଥା ନୀତୁ କପୁର ଚୟନ କରିଛନ୍ତି। ରଣବୀର ଏବଂ ଆଲିଆ କେବଳ ଝିଅର ନାମ କହିନାହାନ୍ତି ବରଂ ପ୍ରତ୍ୟେକ ଭାଷାରେ ସେହି ନାମର ଅର୍ଥ ମଧ୍ୟ ବୁଝାଇଛନ୍ତି। ଝିଅ ରାହାକୁ ଦୁହେଁ ହାତରେ ଧରିଥିବା ବେଳେ ସାମ୍ନାରେ ଝୁଲା ହୋଇଥିବା ଏକ ଜର୍ସିରେ ରାହା ନାମଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଝିଅ ରାହାର ନାମ ତାଙ୍କ ଜେଜେମା ଦେଇଛନ୍ତି। ଏହି ନାମର ବହୁ ସୁନ୍ଦର ଅର୍ଥ ରହିଛି। ରାହା ଶବ୍ଦର ଅର୍ଥ ହେଉଛି ଦିବ୍ୟ ପଥ, ସ୍ବାହିଲିରେ ଏହାର ଅର୍ଥ ହେଉଛି ସୁଖ, ସଂସ୍କୃତରେ ଏହାର ଅର୍ଥ ଗୋତ୍ର, ବଙ୍ଗାଳୀରେ ଏହାର ଏହାର ଅର୍ଥ ବିଶ୍ରାମ ଓ ଆଶ୍ୱସ୍ତି। ସେହିପରି ଆରବିକ୍‌ରେ ଏହାର ଅର୍ଥ ଶାନ୍ତି, ସୁଖ, ସ୍ବାଧୀନତା। ଝିଅର ପ୍ରଥମ ନାମର ଅକ୍ଷରକୁ ଆମେ ସମସ୍ତେ ଅନୁଭବ କରିଛୁ। ଧନ୍ୟବାଦ ରାହା, ଆମ ଜୀବନରେ ଖୁସି ଆଣିଥିବାରୁ।

Related Posts