୨୦୨୪ ସାଧାରଣ ନିର୍ବାଚନରେ କନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅଖିଲେଶ ଯାଦବ

ଲକ୍ଷ୍ନୌ: ପୁଣିଥରେ ଲୋକସଭା ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶର ବିଧାନସଭାର ସଦସ୍ୟ ଅଖିଲେଶ ଯାଦବ । ସେ ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । କନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅଖିଲେଶ ଯାଦବ କହିଛନ୍ତି, “ଯଦି ଖାଲିରେ ବସିବି, ତା’ହେଲେ ମୁଁ କ’ଣ କରିବି? ମୁଁ ନିର୍ବାଚନ ଲଢ଼ିବି। ଆମ କାମ ହେଲା ନିର୍ବାଚନ ଲଢ଼ିବା।” ଅଖିଲେଶ ଯାଦବ କହିଛନ୍ତି ଯେ ସେ ପ୍ରଥମଥର ଯେଉଁଠୁ ପ୍ରାର୍ଥୀ ହୋଇଥିଲେ, ୨୦୨୪ରେ ସେହି ଆସନରୁ ନିର୍ବାଚନ ଲଢ଼ିବେ। ଏହାର ଅର୍ଥ ସେ କନୌଜରୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ।

୨୦୧୯ରେ ବିଜେପିର ସୁବ୍ରତ ପାଠକ କନୌଜ ଲୋକସଭା ଆସନରେ ବାଜିମାନ କରିଥିଲେ। ସେ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲଙ୍କୁ ୧୨,୩୫୩ ଖଣ୍ଡ ଭୋଟରେ ହରାଇଥିଲେ। ୨୦୧୨ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଖିଲେଶ କନୌଜ ଲୋକସଭା ଆସନ ଛାଡ଼ିଥିଲେ।

ଏହାପରେ ଡିମ୍ପଲ ଯାଦବ ଏଠାରେ ଜିତିଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଏଠାରେ ହାରିବାକୁ ପଡ଼ିଥିଲା। ୨୦୦୯ରେ ଅଖିଲେଶ ଏକତରଫା ଭାବେ କନୌଜ ଓ ଫିରୋଜାବାଦ ଲୋକସଭା ଆସନରେ ଜିତିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଫିରୋଜାବାଦ ଛାଡ଼ିବାକୁ ପଡ଼ିଥିଲା। ସେହିପରି ୨୦୧୨ରେ ସେ ମୁଖ୍ୟମନ୍ତ୍ରୀ ହେବାରୁ କନୌଜ ଆସନ ମଧ୍ୟ ଛାଡ଼ିଥିଲେ।

ଅନ୍ୟପକ୍ଷରେ ଡିମ୍ପଲ ଯାଦବ ଏବେ ମୈନପୁର ଲୋକସଭା ଉପ ନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ସପାର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ କ୍ରମାଗତ ଭାବେ ଜିତି ଆସୁଥିଲେ। ତାଙ୍କ ଦେହାନ୍ତ ହେବାରୁ ଡିମ୍ପଲଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଛି

Related Posts