ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବଲିଉଡକୁ ନେଇ ବଡ ବୟାନ: ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଂଗେ ସମାନ !

ମୁମ୍ୱାଇ: ସାଉଥ ସୁପରଷ୍ଟାର ମହେଶ ବାବୁ | ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତା ତା ସେ ବେଶ ପ୍ରସିଦ୍ଧ | ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି | ତେବେ ଏବେ ବଲିଉଡ ଓ ସାଉଥ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ମଧ୍ୟରେ ତାଙ୍କର ଏକ ବୟାନ ଏବେ ଭୁକମ୍ଫ ସୃଷ୍ଟି କରିଛି | ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ଖୁବ ଚର୍ଚ୍ଚାରେ ଅଛନ୍ତି ।

ନିଜର ବଲିଉଡ ଡେବ୍ୟୁକୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମହେଶ ବାବୁ । ଗଣମାଧ୍ୟମକୁ ଉତ୍ତର ଦେଇ ସେ କହିଛନ୍ତି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ତାଙ୍କ ମତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେତିକି ପଇସା ନାହିଁ ଯାହା ତାଙ୍କୁ ଅଫୋର୍ଡ କରିପାରବ । ମହେଶ ବାବୁ କହିଛନ୍ତି, ‘ମୋତେ ବଲିଉଡରୁ କେବେ ଅଫର ମିଳି ନାହିଁ । ମୋ ମତରେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଂଗେ ସମାନ ।

ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି । ଏହାସହ ଷ୍ଟାରଡମ୍ ଓ ସମ୍ମାନ ଯାହା ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡିବାକୁ ଚାହୁଁନି ।

ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାଲିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢିସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ ।

Related Posts