ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଇଟି ହେଟ ସ୍ପିଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଅକବରୁଦ୍ଦିନ ଓୱାଇସି । ତେବେ ତେଲେଙ୍ଗାନାର ବିଧାୟକ ଅକବରୁଦ୍ଦିନଙ୍କ ବିରୋଧରେ ୧୦୧୨ରେ ଦୁଇଟି ହେଟ୍ସ୍ପିଚ୍ ମମଲା ରୁଜୁ ହୋଇଥିଲା। ଦୀର୍ଘ ୯ ବର୍ଷ ଧରି ମାମଲା କୋର୍ଟରେ ଲମ୍ବିତ ରହିବା ପରେ ଆଜି ରାୟ ଆସିଛି। ହାଇଦ୍ରାବାଦର ସ୍ୱତନ୍ତ୍ର ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମାଲାରେ କୋର୍ଟରେ ହାଜର ହୋଇଥିବା ସାକ୍ଷୀମାନେ ଅକବରୁଦ୍ଦିନଙ୍କ ସପକ୍ଷରେ ବୟାନ ଦେଇଥିଲେ। ଓୱେସୀ ହିଂସାଉଦ୍ରେକକାରୀ ଭାଷଣ ଦେଇ ନାହାନ୍ତି ବୋଲି ସାକ୍ଷୀମାନେ କହିଥିଲେ। ଆଉ ଆଜି ମାମଲାର ଶୁଣାଣି କରି କୋର୍ଟ ଅକବରୁଦ୍ଦିନଙ୍କୁ ଦୋଷମୁକ୍ତ କରିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅସଦୁଦ୍ଦିନ ଓୱେସୀ। ସେ ଟ୍ୱିଟ୍ କରିଛନ୍ତି “ଅଲ୍ଲାହମଦୁଲ୍ଲାହ ଅକବରୁଦ୍ଦିନ ଓୱେସୀଙ୍କ ବିରୋଧରେ ହୋଇଥିବା ହେଟ୍ ସ୍ପିଚ୍ର ଦୁଇଟି ଅପରାଧିକ ମାମଲାରେ ଏମ୍ପି/ଏମ୍ଏଲ୍ଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କର ସମସ୍ତ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ପାଖେ ମୁଁ ଋଣୀ। ବିଶେ ଧନ୍ୟବାଦ ଅବ୍ଦୁଲ ଅଜୀମ ଏସ୍ ଏବଂ ବରିଷ୍ଠ ଓକିଲଙ୍କୁ ଯେଉଁମାନେ ବହୁମୂଲ୍ୟ ସହାୟତା ଦେଲେ ବୋଲି ଅସଦୁଦ୍ଦିନ ଓୱେଇସି କହିଛନ୍ତି ।
ସେପଟେ ଦୁଇଟି ମାମଲାରେ ୩୦ ଜଣ ସକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସାକ୍ଷୀମାନଙ୍କ ମଧ୍ୟରେ ଅନେକ ପୁଲିସ ଅଫିସର ଏଥିସହିତ ତେଲେଙ୍ଗାନା କ୍ୟାଡର ଆଇପିଏସ୍ ଅଫିସର ଅମ୍ବେର କିଶୋର ଝା ଓୱେସୀଙ୍କ ସମର୍ଥନରେ ବୟାନ ଦେଇଥିଲେ। ତେବେ ରାୟ ଆସିବା ପୂର୍ବରୁ ହିଂସାକୁ ଆଖିଆଗରେ ରଖି ହାଇଦ୍ରାବାଦର ଅନେକ ସ୍ଥାନରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ସମ୍ବେଦନଶୀଳ ସ୍ଥାନମାନଙ୍କରେ ବହୁମାତ୍ରାରେ ପୁଲିସ ମୁତୟନ କରାଯାଇଥିଲା। ଅନ୍ୟପଟେ ୨୦୧୨ ଡିସେମ୍ବର ୨୨ ତାରିଖରେ ଅକବରୁଦ୍ଦିନ ଓୱେସୀ ନିର୍ମଳ ଟାଉନ୍ ଏନ୍ଟିଆର୍ ଷ୍ଟାଡିୟମ୍ରେ ଲୋକଙ୍କୁ ସମ୍ବୋଧନ କରି ହିଂସକ ଭାଷଣ ଦେଇଥିଲେ। ଭାଷଣ ଦେବା ସମୟରେ ସେ କହିଥିଲେ ଯେ ଯଦି ୧୫ ମିନିଟ ପାଇଁ ପୁଲିସକୁ ହଟାଇ ଦିଆଯାଏଟ୍ଟ.। ଏହି ଘଟଣା ପରେ ଅକବରୁଦ୍ଦିନଙ୍କୁ ଗିରଫ କରାଯାଇଥିଲା। ୪୦ ଦିନ ଜେଲ୍ରେ ରହିବା ପରେ ସେ ବେଲ୍ରେ ମୁକୁଳିଥିଲେ। ଏହି ମାମଲାରେ ପୁଲିସ ନିଜଆଡ଼ୁ ତଦନ୍ତ କରି ଆଇପିସି ଧାରା ୧୨୦ବି, ୧୫୩-ଏ, ଆଧାରରେ ମାମଲା ରୁଜୁ କରିଥିଲା।,୨୯୫(ଏ), ୨୯୮, ଏବଂ ୧୮୮ ଲଗାଯାଇଥିଲା ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।