ମ୍ୟାଚ୍‌ ପୂର୍ବରୁ ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବିସ୍ଫୋରଣ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପରେ ଆଜି ଭାତର-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ। ମୁମ୍ବାଇର ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ମିଳିଛି ଧମକ। ସୋସିଆଲ ମିଡ଼ିଆ ‘X’ରେ କେହି ଜଣେ ଦୁର୍ବୃତ୍ତ ମୁମ୍ବାଇ ପୁଲିସକୁ ଧମକ ଦେଇଛି।

ମୁମ୍ବାଇ ପୋଲିସ୍‌ ଆକାଉଣ୍ଟକୁ ଟ୍ୟାଗ୍‌ କରି ସନ୍ଦିଗ୍ଧ ଦେଇଛି ଧମକ। ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ତଥା ଅଘଟଣ ଘଟାଇବେ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍‌ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ। କେବଳ ସେତିକି ନୁହେଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବେଳେ ନିଆଁ ଲଗାଇଦେବୁ କଣ୍ଟେଣ୍ଟ ଥିବା ଏକ ଫଟୋକୁ ମଧ୍ୟ ପୋଷ୍ଟ କରାଯାଇଛି।

ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଓ୍ୱାଙ୍ଖେଡେରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି। ଷ୍ଟାଡିୟମ ଚାରିପଟେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାଖାପଖି ୯୦୦ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ଓ୍ୱାଙ୍ଖେଡେ ଷ୍ଟାଡିୟମର ସମସ୍ତ ୧୦ଟି ଗେଟ୍‌ ସାମ୍ନାରେ ପାର୍କିଂ ବ୍ୟାନ୍‌ କରାଯାଇଛି। ଷ୍ଟାଡିୟମ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ଦର୍ଶକଙ୍କୁ ସକାଳ ସାଢ଼େ ୧୧ଟାରେ ଷ୍ଟାଡିୟମ ଭିତରେ ଏଣ୍ଟ୍ରି କରିବାକୁ ଅନୁମତି ମିଳିଛି। ସୁରକ୍ଷା ଦୃଷ୍ଟିରୁ ପେନ୍‌, ପେନ୍‌ସିଲ୍‌, ମାର୍କର, କୋର୍‌ କାଗଜ, ବ୍ୟାନର ପୋଷ୍ଟର ସହ ବ୍ୟାଗ୍‌, ପାଓ୍ୱାର ବ୍ୟାଙ୍ଗ, କଏନ୍‌, ତମାଖୁ ପଦାର୍ଥ ଆଦି ଷ୍ଟାଡିୟମ ଭିତରକୁ ନ ନେବାକୁ କୁହାଯାଇଛି।

Related Posts