ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଲେ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ । ଫଳରେ ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ।

ଏନେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ବାବଦରେ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖ ଥାଉ କି ୧୯୬୫ ମସିହାରେ ଜନ୍ମ ହୋଇଥିବା ଦୀପଙ୍କରଙ୍କର କାର୍ଯ୍ୟକାଳ ୮ ଫେବୃୟାରୀ, ୨୦୩୦ ପର୍ଯ୍ୟନ୍ତ ରହିବ | ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା |

ସେ ଜୁନ୍ ୨୨, ୨୦୦୬ରେ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ | ଉଲ୍ଲେଖ ଥାଉ କି ଭାରତର ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ମୋଟ ୩୪ ଜଣ ବିଚାରପତି ରହିପାରିବେ। ତାଙ୍କର କାର୍ଯ୍ୟକାଳ ୮ ଫେବୃଆରୀ ୨୦୩୦ ପର୍ଯ୍ୟନ୍ତ ରହିବ। ସୁପ୍ରିମକୋର୍ଟରେ ଅବସର ବୟସ ୬୫ ବର୍ଷ | ଗତ ବର୍ଷ ସେପ୍ଟେମ୍ବରରେ ତତ୍କାଳୀନ ଜଷ୍ଟିସ୍ ୟୁୟୁ ଲଲିତ (ଅବସରପ୍ରାପ୍ତ) ଙ୍କ ନେତୃତ୍ୱରେ ତାଙ୍କ ନାମ ସୁପାରିଶ କରାଯାଇଥିଲା

Related Posts