ସୀମାନ୍ତ ଛତିଶଗଡର ଅନ୍ତାଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କଲା ୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର ଅନ୍ତାଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ । ପୂର୍ବରୁ ତାଙ୍କ ନାଁ ରେ ୮ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା । ନିଜ ସ୍ବାମୀଙ୍କ ପ୍ରେମରେ ସେ ମାଓ ସଂଗଠନ ଛାଡ଼ିଛନ୍ତି ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ ହେଲେ ବୁଜ୍ଜି ଅରଫ ଜନ୍ନି ନେକାମ। ସଂଗଠନରେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ଗୁଳିବିନିମୟ ହେଲେ ସବୁବେଳେ ମୃତ୍ୟୁକୁ ଠେଲି ଦିଯାଯାଉଥିବା ସେ କହିଥିଲେ। ତାଂକ ସ୍ବାମୀ ଆତ୍ମସମର୍ପଣ କରିସାରିଥିବା ବେଳେ ଜନ୍ନି କିନ୍ତୁ ସଂଗଠନରେ କାମ କରୁଥିଲେ।

ତେବେ ସ୍ବାମୀଙ୍କୁ ପାଇବା ପାଇଁ ସେ ସଂଗଠନ ଛାଡିଥିଲେ। ତାଂକ ନାମରେ ସରକାରଙ୍କ ପକ୍ଷରୁ ୮ ଲକ୍ଷ ରାଶି ତାଙ୍କ ପାଇଁ ରଖାଯାଇଥିଲା। ଏହି ମହିଳା ମାଓବାଦୀ ଜଣେ ଗତ ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ମୁଦ୍ଦେଡ଼ ଏରିଆ ମାଓ ସଂଗଠନରେ ଯୋଗଦେଇଥିଲେ। କମ୍ପାନି ନମ୍ବର ସାତରେ ଦୀର୍ଘ ବର୍ଷ ଧରି ସକ୍ରିୟ ରହିଥିଲା। ଏଥିସହ ମାଓନେତ୍ରୀ ଜନ୍ନି ନେକାମ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନାର ବହୁ ମାଓ ହିଂସାରେ ଜଡ଼ିତ ଥିଲେ।ତେବେ ଏଏସପି ଅନ୍ତାଗଡ଼ ଙ୍କ ଉପସ୍ଥିତିରେ ଆଜି ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ତରଫରୁ ଜନ୍ନିଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି ଏଏସପି ପ୍ରକାଶ କରିଛନ୍ତି।

ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସ ଜଣେ ସକ୍ରିୟ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଏହି ନକ୍ସଲ ଜଣକ ହେଲେ ସୁଖରାମ ପଡିଆମି। ଅରଛା ଥାନା ଅଂଚଳରେ ଅବସ୍ଥାପିତ ଡିଆରଜି ଯବାନ ଅରଛା ଠାରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ହାଟରେ ସୁରକ୍ଷା ଦେବା ସହ ସନ୍ଦିଗ୍ଧଙ୍କୁ ଖୋଜୁଥିଲେ। ତେବେ ଯବାନଙ୍କୁ ଦେଖି ତିନି ଜଣ ସନ୍ଦିଗ୍ଧ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନଙ୍କୁ ଘେରାବନ୍ଦୀ କରି ଧରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଦୁଇ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ।ଜଣକୁ ଯବାନ ଗିରଫ କରିଥିଲେ। ଏହି ବ୍ୟକ୍ତିକୁ ଧରି ପଚରାଉଚରା କରିବା ସହ ତାର ଯାଞ୍ଚ କରିବା ପରେ ସେ ଏକ ଦେଶୀ ବନ୍ଧୁକ ରଖିଥିବା ଦେଖିବାକୁ ମିଳିଥିଲା। ସେ ରେଙ୍ଗାବେଡା ମିଲିସିଆ କମାଣ୍ଡର ଭାବେ କାମ କରୁଥିଲା। ତେବେ ପୁଲିସ ସୁଖରାମକୁ ଧରି ଅଧିକା ପଚରାଉଚରା କରୁଛି। ସେମାନେ ସାପ୍ତାହିକ ହାଟରେ କଣ କରୁଥିଲେ ବୋଲି ପ୍ରଶ୍ନ କରାଯାଇଛି। ତେବେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏହି ନକ୍ସଲ ଠାରୁ ମିଳିବ ବୋଲି ପୁଲିସ କହିଛି। ସରକାର ସୁଖରାମ ନାମରେ ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

Related Posts