ଛତିଶଗଡ ରାଜନନ୍ଦଗାଓଁ ରେ ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କଲେ ମାଓବାଦୀ

ଭୁବନେଶ୍ଵର: ମାଲକାନଗିରି ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ମାଓବାଦୀଙ୍କ ହିଂସକାଣ୍ଡ । ଜଣେ ଯୁବକକୁ ଘରୁ ଡାକି ନେଇ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରିଛନ୍ତି । ତୁକାମ ଗ୍ରାମରେ ଗତକାଲି ରାତିରେ ୧୫ରୁ ୨୦ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମରେ ପହଞ୍ଚି ମନଜିତ ଟପୋ ନାମକ ଯୁବକଙ୍କୁ ଖୋଜିଥିଲେ। ଗ୍ରାମବାସୀଙ୍କୁ ଉଠାଇ ମନଜିତକୁ ପୁଲିସ ଇନଫର୍ମର କହି ନିସ୍ତୁକ ମାଡ ମାରିଥିଲେ।

ତେବେ ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ଅନୁରୋଧକୁ ମଧ୍ୟ ନକ୍ସଲ ମାନିନଥିଲେ। ପରେ ତାଂକୁ ଜଂଗଲକୁ ନେଇଯାଇଥିଲେ। ସେଠାରେ ପୁଲିସ ସୂଚନାଦାତା କହିବା ସହ ତାକୁ ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ଗ୍ରାମର ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ଆଜି ସକାଳୁ ପରିବାର ଲୋକେ ଶବକୁ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ନକ୍ସଲ ଦମନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ମାଓବାଦୀ ରହୁଥିବା ଜଙ୍ଗଲରେ ରାଜ୍ୟ ପୁଲିସ ଓ ବିଏସ୍‌ଏଫ୍‌ ଯବାନମାନେ କମ୍ବିଂ ଅପରେସନ ଜୋରଦାର ଚଳାଇଛନ୍ତି। ଏହା ପରେ ବି ନକ୍ସଲମାନେ ବାରମ୍ବାର ନୀରିହ ଜନତାଙ୍କୁ ଟାର୍ଗେଟ କରୁଛନ୍ତି।

Related Posts