ଛତିଶଗଡ଼ ସୀମାନ୍ତ ବିଜାପୁରରେ ସୁରକ୍ଷାବାହିନୀ ଏବଂ ମାଓବାଦୀ ମୁହାଁମୁହିଁ: ୪ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ଖବର ଅନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସିଆରପିଏଫ୍ ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲା । ସୁରକ୍ଷା ବାହିନୀ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା। ଶେଷରେ ସୁରକ୍ଷା ବାହିନୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ବିଜାପୁର ଏସପି ଅଞ୍ଜନେଇ ବାର୍ନୀ ଏନେଇ ସୂଚନା ଦେଇଛନ୍ତି।

Related Posts