ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଦଳ । ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ମ୍ୟାଚ୍ ସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମେ ଟେଷ୍ଟ ସିରିଜ୍ରୁ ଉଭୟ ଦଳ ମଧ୍ୟରେ ଲଢ଼େଇ ଆରମ୍ଭ ହେବ।
୯ ଫେବୃଆରୀରେ ନାଗପୁରରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳଯିବ। ଏହାପରେ ୧୭ ଫେବୃଆରୀରୁ ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ। ମାର୍ଚ୍ଚ ୧ରୁ ଧର୍ମଶାଳାରେ ତୃତୀୟ ଓ ୯ ମାର୍ଚ୍ଚରୁ ଅହମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହା ବର୍ଡର-ଗାଭାସ୍କର ଟ୍ରଫିର ଫାଇନାଲ ଶେଷ ସିରିଜ ବୋଲି ବିସିସିଆଇ କହିଛି।
ସେହିପରି ଟେଷ୍ଟ ସିରିଜ ପରେ ୩ଟିକିଆ ଦିନିକିଆର ସିରିଜ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୭ରେ ମୁମ୍ବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ଦିନିକିଆ ବିଶାଖାପଟନମରେ ୧୯ ମାର୍ଚ୍ଚ ଓ ଶେଷ ମ୍ୟାଚ୍ଟି ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ।