ବୋଷ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ ଶତାଧିକ ଛାତ୍ରଛାତ୍ରୀ

କଟକ ସ୍ଥିତ ବୋଷ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି । ହଷ୍ଟେଲରେ ଲାଗି ରହିଥିବା ଅବ୍ୟବସ୍ଥା, ଓ କ୍ୟାଣ୍ଟିନରେ ନିମ୍ମମାନର ଖାଦ୍ୟ ଦିଆଯାଉଥିବା ଭଳି ଅଭିଯୋଗ କରି ଆଜି ଶତାଧିକ ସଂଖ୍ୟାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି । କର୍ତ୍ତୃପକ୍ଷ ସମସ୍ତଙ୍କ ଲାଗି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ସେମାନେ ଦାବି କରିଛନ୍ତି ।

ତେବେ ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଏ ସମ୍ପର୍କରେ କୌଣଷି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଆଜି ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଶତାଧିକ ଛାତ୍ର ବୋଷ୍ କ୍ୟାମ୍ପସ ଆଗରେ ଧାରଣାରେ ବସିଛନ୍ତି ।

Related Posts