ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅନୁଦାନକୁ ୧୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରିବାକୁ ଦାବି କଲେ ଉଭୟ ଶାସକ ଓ ବିରୋଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଉଥିବା ଅର୍ଥ ପର୍ଯ୍ୟାପ୍ତ ହେଉନନାହିଁ । ଆର୍ଥିକ ଅନୁଦାନକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୫ ଲକ୍ଷ କରିବାକୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ଦାବି କରିଛନ୍ତି।ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତରରେ କହିଛନ୍ତି ଯେ, ପ୍ରତି କଲ୍ୟାଣ ମଣ୍ଡପ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଦେଉଥିଲା ବେଳେ ବାକି ଅର୍ଥ ଡ଼ିଏମଏଫ ଫଣ୍ଡ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମଧ୍ୟ ଏଥିରେ ଅର୍ଥ ଖର୍ଚ୍ଚ କରି ପାରିବେ।ଏହା ସହ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଥିବା ବିଧାନସଭାରେ କହିଛନ୍ତି ପଞ୍ଚୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

Related Posts