ଅଭିନେତା ବାବୁସାନ୍ ଙ୍କ ଘରୋଇ କଳି ଘଟଣା: ପତ୍ନୀ ତୃପ୍ତି ଶତପଥୀଙ୍କୁ ପୋଲିସର ନୋଟିସ

ଭୁବନେଶ୍ୱର : ବାଟରେ ପଡ଼ି ଏବେ ହାଟ ରେ ଗଡୁଛି ଅଭିନେତା ବାବୁସାନ୍ ଙ୍କ ଘରୋଇକଳି । ଏନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କୁ ନୋଟିସ ଦେଇ ଛାଡିଛି ଖାରବେଳନଗର ଥାନା ପୋଲିସ । ସିଆରପିସି ଧାରା ୪୧କ ଅନୁସାରେ ତୃପ୍ତିକୁ ନୋଟିସ ଦେଇ ପୋଲିସ ଛାଡିଥିବା ଜଣାପଡ଼ିଛି । ପ୍ରକୃତିଙ୍କ ମା କ୍ରିସ୍ନାପ୍ରିୟା ମିଶ୍ରଙ୍କ ଅଭିଯୋଗ ଆଧାରରେ ତୃପ୍ତିଙ୍କୁ ପୋଲିସ ପଚରା ଉଚୁରା କରିବା ପରେ ୪୨ନୋଟିସରେ ଛାଡିଛି । ପୂର୍ବରୁ ତୃପ୍ତିଙ୍କ ବାପାଙ୍କୁ ମଧ୍ୟ ସିଆର୍‌ପିସି ୪୧ କରେ ନୋଟିସ ଦେଇ ଛାଡି ଦେଇଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ତାଙ୍କୁ ବି ମାଡ଼ ମାରିଥିଲେ ପତ୍ନୀ।

ତେବେ ରାଜଧାନୀର ରାଜରାସ୍ତାରେ ଏପରି ଘଟଣା ଘଟିବା ପରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ଲଳିତ ଶତପଥୀଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ବାବୁସାନ୍‌ଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତ ମହାନ୍ତି ଓ ତାଙ୍କ ବୋହୂ ତୃପ୍ତି ଓ ତାଙ୍କ ମା ଯାଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ବାବୁସାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି ।

Related Posts