ବିଧାନସଭାରେ ଚିଟ୍‌ଫଣ୍ଡ ଝଡ; ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭାରେ ଚିଟ୍‌ଫଣ୍ଡ ଝଡ। ଚିଟ୍‌ଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି ବାଚସ୍ପତି ।ଏନେଇ ବାଚସ୍ପତି ବିକ୍ରମ ଆରୁଖ କହିଛନ୍ତି, ଚିଟ୍‌ଫଣ୍ଡ ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ୨୦୧୪ରେ ତତ୍କାଳୀନ ବାଚସ୍ପତି ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନର ବିଷୟବସ୍ତୁ ନୁହେଁ ତେଣୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇପାରିବ ନାହିଁ।

ସେପଟେ ଶୂନ୍ୟକାଳରେ ବିଜେପିର ସମସ୍ତ ସଦସ୍ୟ ଚିଟଫଣ୍ଡ ପ୍ରସଙ୍ଗରେ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗକୁ ଆସି ମୋହନ ମାଝୀ କହିଛନ୍ତି ଯେ, ଚିଟ୍‌ଫଣ୍ଡ ଆଲୋଚନାକୁ ସରକାର ଡ଼ରୁଛନ୍ତି। ସରକାରୀ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଗୃହରେ ଚିଟ୍‌ଫଣ୍ଡ ପ୍ରସଙ୍ଗ ଆଲୋଚନା କରଯାଉନାହିଁ। ଅନ୍ୟପଟେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଫଳରେ ଗୃହକୁ ୨୦ ମିନିଟ୍ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ରଖିଛନ୍ତି।

Related Posts