ବକ୍ସଅଫିସରେ ସୁପର ହିଟ୍ “କବୀର ସିଂ”

ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଥିଲା ଦମଦାର ବଲିଉଡ଼ ଫିଲ୍ମ “କବୀର ସିଂ” । ସାହିଦ କପୁର ଓ କିଆରା ଆଡ଼ଭାନୀ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି ।

ବଲିଉଡ଼ ତାରକା ସାହିଦ କପୁରଙ୍କ ସିନେମା “କବୀର ସିଂ” ଓପନିଙ୍ଗ ଦିନରୁ ହିଁ ବ୍ଲଫମାଷ୍ଟର ହେବ ବୋଲି ପ୍ରମାଣିତ କରିଛି । ସାହିଦଙ୍କ ଅଭିନୟର ଦର୍ଶକ ଅନେକ ପ୍ରସଂଶା କରୁଥିବା ଜଣାପଡ଼ିଛି । ଏହି ଫିଲ୍ମ “କବୀର ସିଂ” ରିଲିଜ ହେବାର ଦୁଇ ଦିନ ମଧ୍ୟରେ ୪୨କୋଟି ଆୟ କରିଛି । ପ୍ରେମ ,ବ୍ରେକଅପ ଓ ଦୁରେଇ ଯିବା କାହାଣି ଉପରେ ଏହି ସିନେମା ଆଧାରିତ ହୋଇଛି । ଏହି ସିନେମାରେ ସାହିଦଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି । “କବୀର ସିଂ”  ବକ୍ସଅଫିସରେ ପ୍ରଥମ ଦିନ ଓପନିଙ୍ଗରେ ୨୦.୨୧ କୋଟି ଓ ଶନିବାର ଦିନ ୨୨.୭୧ କୋଟି ଆୟ କରିଛି । ବଲିଉଡ଼ ତାରକା ସାହିଦଙ୍କ ସିନେମା “କବୀର ସିଂ” ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।

Related Posts