ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂକୁ ହତ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂକୁ ହତ୍ୟା । ମୃତ ମହିଳାଙ୍କ ନାଁ ପ୍ରଭାପତି ନାୟକ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ିର ଅଣ୍ଡରାଇ ଗାଁରେ। ଗତ ଏପ୍ରିଲ ୨୮ ତାରିଖରେ ଖଣ୍ଡଗିରି ସ୍ଥିତ ସରକାନ୍ତରାର ଅଞ୍ଚଳର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶଙ୍କୁ ପ୍ରଭାପତି ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଗତ ରବିବାର ଦିନ ସେ ଶ୍ୱଶୁର ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପ ଘର ଲୋକେ ଖବର ପାଇଥିଲେ।

ପ୍ରଭାପତିଙ୍କ ବାପ ଘର ଲୋକେ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ତାଙ୍କ ମର ଶରୀରକୁ ଶ୍ମଶାନକୁ ନେଇଯାଇଥିଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ପ୍ରଭାପତିଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ମା’ ମାଧବୀ ନାୟକ ଗତକାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଭାପତିଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ନିର‌୍ୟାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରଭାପତିଙ୍କ ସ୍ୱାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।

Related Posts